Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀର ବିସ୍ଫୋରଣକୁ ନେଇ ନୂଆ ଖବର; ସନ୍ଦେହ ଘେରରେ ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟ, ରଦ୍ଦ ହେଲା ସଦସ୍ୟତା

ନୂଆଦିଲ୍ଲୀ;୧୪|୧୧:ଦିଲ୍ଲୀର ଲାଲକିଲ୍ଲା ପାଖରେ ଘଟିଥିବା ଏହି ବିସ୍ଫୋରଣକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ପୂର୍ବ ସୂଚନା ମୁତାବକ ଏହି ବିସ୍ଫୋରଣରେ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା | ଏବେ ଏହାର ତଦନ୍ତ ଚାଲିଥିବା ସମୟରେ ଏକ ବଡ ତଥ୍ୟ ବାହାରକୁ ଆସିଛି | ଏହି ମାମଲାରେ ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ନାମ ସାମ୍ନାକୁ ଆସିଛି | ଏହି ଖବର ଆସିବା ମାତ୍ରେ ଆସୋସିଏସନ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍ ତରଫରୁ ଏହି ବିଶ୍ୱବିଦ୍ୟାଳୟର ସଦସ୍ୟତାକୁ ମଧ୍ୟ ରଦ୍ଦ କରାଯାଇଛି |

ଏଆଇୟୁ ନିଜର ବୟାନରେ ଜାରି କରିଛି ଯେ , ଫରିଦାବାଦର ଏହି ବିଶ୍ୱବିଦ୍ୟାଳରେ ପରିବେଶ କିଛି ଠିକ ନାହିଁ | ଏହିଭଳି ପରିସ୍ଥିତିରେ ଅଲ-ଫଲାହ ବିଶ୍ୱବିଦ୍ୟାଳୟର ସଦସ୍ୟତା ରଦ୍ଦ କରିବା ନିହାତି ଜରୁରୀ |

ପୂର୍ବ ସୂଚନା ଅନୁଯାଇ ଏହି ବିସ୍ଫୋରଣ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିଲା | ଯେଉଁଥିରେ କି ୧୩ ସାଧାରଣ ଜନତାଙ୍କ ମୃତ୍ୟୁ ଘଟିଥିଲା | ଏହା ତଦନ୍ତ ପାଇଁ ପୋଲିସ ପ୍ରସାଶନ ନିଜର ପ୍ରୟାସ ଜାରି ରଖିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ