Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନୁଧ୍ୟାନ ସହ ସମୀକ୍ଷା କରି ଅତାବିରା ରୁ ଫେରିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌

ଅତାବିରା – ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ ପହଞ୍ଚିଛନ୍ତି। ଏହି ଟିମ୍‌ ଜଳବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆଜି ଅତାବିରା ର ଟାଙ୍ଗରପାଲି କୁ ଦିବା 11ଟା 40ରେ ପହଁଛି ସ୍ଥିତି ସମୀକ୍ଷା କରିଛନ୍ତି ଟ୍ରିବ୍ୟୁନାଲ ଟିମ୍‌ l ଏହି ଟିମ୍‌ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଛନ୍ତି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏମ୍‌ ଖାନାଲିକରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ରେ ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟ ବିଚାରପତି ଇନ୍ଦ୍ରମିତ କେର କୋଚରଙ୍କ ପ୍ରମୁଖ ଅଛନ୍ତି। ଏହା ସହିତ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ରହିଛନ୍ତି। ଟ୍ରିବ୍ୟୁନାଲଙ୍କ ବିଚାର ପ୍ରକ୍ରିୟାରେ ଏହି ଗସ୍ତ ଓ ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ପ୍ରଥମ ଦିନରେ ହୀରାକୁଦ ଡ୍ୟାମ, ବୁର୍ଲା ପାଓ୍ବାର ହାଉସ ବୁଲି ସ୍ଥିତି ଅନୁଧ୍ୟାନ କରି ରବିବାର ଚିପିଲିମା ଅନୁଧ୍ୟାନ ପରେ ଅତାବିରା ପହଞ୍ଚିଥିଲା ଏହି ଟିମ୍‌ । ୨୩ ପର୍ଯ୍ୟନ୍ତ ସର୍ଭେ ଚାଲିବ। ଏହି ଟିମ୍‌ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଦିଷ୍ଟ ଟ୍ରିବ୍ୟୁନାଲ ଟିମ୍‌ ଆଜି ବରଗଡ଼ ଜିଲା ଅତାବିରା ବ୍ଲକର ଟାଙ୍ଗରପାଲି କେନାଲ ଓ ହୀରାକୁଦ ଡ୍ୟାମ ତଳି ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି। କାର୍ଯ୍ୟକ୍ରମରେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ବରଗଡ଼ ଉପଜିଳାପାଳ ଲଲାଟ କୁମାର ଲୁହାଙ୍କ ସମେତ କେନାଲ ବିଭାଗ ଅଧିକାରୀ ତଥା ଜିଲାସ୍ତରୀୟ ପ୍ରଶାସନନିକ ଅଧିକାରୀ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ