ପଡା ରେ ବିଜୟ ପରେ ଲକ୍ଷ୍ମୀପୁର ବିଜେପି ତରଫରୁ ବିଜୟୀ ଉତ୍ସବ ପାଳନ
ଲକ୍ଷ୍ମୀପୁର ୧୪/୧୧
ଶୁକ୍ରବାର ନୂଆପଡା ଓ ବିହାର ର ନିର୍ବାଚନ ଫଳାଫଳ ଆସିବା ପରେ ଭାରତୀୟ ଜନତା ପାର୍ଟି ର ଭାରି ଜିତ୍ କୁ ନେଇ କର୍ମୀ ମାନେ ଖୁସିରେ ଝୁମି ଉଠିଛନ୍ତି।ଏଇ ଖୁସି ର ଲହରୀ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବି ପଡିଛି।ଓଡିଶା ଓ ବିହାର ଦୁଇଟି ଯାକ ରାଜ୍ୟ ରେ ବିଜେପି ପ୍ରାଥୀ ମାନେ ଜିତିବା ପରେ ବିଜେପି କର୍ମୀଙ୍କ ଖୁସି କହିଲେ ନଚଳେ।ଏନେଇ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ନେତୃତ୍ୱ ରେ ଭାରତୀୟ ଜନତା ପାର୍ଟି ର କର୍ମୀ ମାନେ ହାତରେ ଦଳୀୟ ପତାକା ଧରି ଲକ୍ଷ୍ମୀପୁର ନୂଆ ବସଷ୍ଟାଣ୍ଡ ରେ ପହଞ୍ଚି ପରସ୍ପରଙ୍କୁ ମିଠା ଖୁଆଇ ଅଭିନନ୍ଦନ ଜଣାଇ ଥିବା ବେଳେ ବାଣ ଫୁଟାଇ ବିଜୟୀ ଉତ୍ସବ ପାଳନ କରିଥିଲେ।ଜୟ ଶ୍ରୀରାମ ଧ୍ୱନି ସାଙ୍ଗକୁ ବାଣ ଶବ୍ଦରେ ଅଞ୍ଚଳ କମ୍ପି ଉଠିଥିଲା।ନରେନ୍ଦ୍ର ମୋଦି, ମୋହନ ମାଝୀ ମନ ମୋହନ ସାମଲ ଜିନ୍ଦାବାଦ ଧ୍ୱନି ରେ ବସ ଷ୍ଟାଣ୍ଡ କମ୍ପି ଉଠିଥିଲା।ବ୍ଲକରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଏଥିରେ ଯୋଗ ଦେଇଥିଲେ।

