Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟିଆ ପଛରେ ପଡିଛି ଆନ୍ଧ୍ର ; କୋଟିଆରେ ଆଦିବାସୀ ମେଳା ଆୟୋଜନ କରିଛି ଆନ୍ଧ୍ର

କୋରାପୁଟ;୧୫|୧୧: ପୂର୍ବରୁ ଓଡିଶା ଏବଂ ଆନ୍ଧ୍ରର ସୀମାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଉପୁଜିଥିଲା | ସେହି ପରିସ୍ଥିତିରେ ଏବେ ଖବର ମିଳୁଛି ଯେ ଆନ୍ଧ୍ର ଏବେ କୋଟିଆ ପିଛା ଛାଡ଼ୁନି । ବାରମ୍ବାର ବାରଣ କରିବା ସତ୍ତ୍ୱେ ଗଳାବାଟ ଦେଇ ପଶିଆସୁଛନ୍ତି ଆନ୍ଧ୍ର ଅଧିକାରୀ । ପୁଣି କୋଟିଆର ତଳଗଞ୍ଜେଇ ପଦର ଗାଁରେ ଆନ୍ଧ୍ରର ସ୍ୱାସ୍ଥ୍ୟ ଟିମ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଛି । ସାଲୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଭ୍ରାମ୍ୟମାଣ ଭ୍ୟାନ ଗତକାଲି ତଳଗଞ୍ଜେଇ ପଦର ଗାଁରେ ପହଞ୍ଚି ସ୍ୱାସ୍ଥ୍ୟସେବା ଆରମ୍ଭ କରିଥିଲା । ଘଟଣାସ୍ଥଳରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପହଞ୍ଚି ଆନ୍ଧ୍ର ଅଧିକାରୀଙ୍କୁ ତାଗିଦ କରିବା ସହିତ ତୁରନ୍ତ ଜାଗା ଛାଡି ଚାଲିଯିବା ପାଇଁ କହିଥିଲେ । ପରେ ଅଧାରୁ ସ୍ୱାସ୍ଥ୍ୟସେବା ବନ୍ଦ କରି ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ ଫେରି ଯାଇଥିଲେ ।

କିଛି ଦିନ ତଳେ କୋଟିଆରେ ଅନୁପ୍ରବେଶ କରିଥିଲେ ଆନ୍ଧ୍ର ଅଧିକାରୀ । ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କରିଥିଲା ଆନ୍ଧ୍ର । ଆନ୍ଧ୍ରର ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ କିଣିବା ନିମନ୍ତେ ଲୋକଙ୍କୁ ସଚେତନ କରିଥିଲେ । କୋଟିଆର ସୀମାନ୍ତ ଗ୍ରାମ ନେରେଡିୱାଲାସାର ସାପ୍ତାହିକ ହାଟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ସାଲୁର ଗିରିଜନା କୋପରେଟିଭ୍ କର୍ପୋରେସନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଭାଗୀୟ ଅଧିକାରୀ ମାନେ ଆଦିବାସୀ ସମବାୟ ସମିତି ଗୁଡ଼ିକର ଷ୍ଟଲ ସ୍ଥାପନ କରି ଆନ୍ଧ୍ରର ବିଭିନ୍ନ ସାମଗ୍ରୀ ବିକ୍ରି କରିଛନ୍ତି । ସେମାନେ ସ୍ଥାନୀୟ ବଜାରରେ ଦୋକାନଗୁଡ଼ିକ ବୁଲି ସାମଗ୍ରୀ ଗୁଡ଼ିକୁ ମଧ୍ୟ ଯାଞ୍ଚ କରିଛନ୍ତି । ଯଦି କେହି ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

କଳବଳ କୌଶଳେ କୋଟିଆର ନିରିହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଆନ୍ଧ୍ରପ୍ରଦେଶର ଚାଲାକିକୁ ବୁଝିବାରେ ବାରମ୍ବାର ବିଫଳ ହେଉଛି ଓଡ଼ିଶା । ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଗ୍ରାମପୁଞ୍ଜରେ ପଶୁଛି । କେତେବେଳେ ଡିଜିଟାଲ କାର୍ଡ ବାଂଟୁଛନ୍ତି ତ ଆଉ କେତେବେଳେ ଅନୁପ୍ରବେଶ କରି ଗାଁ ଲୋକଙ୍କୁ ରାସନକାର୍ଡ ବାଣ୍ଟିଛି । ଏବେ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ କୋଟିଆରେ ଆଦିବାସୀ ମେଳା ଆୟୋଜନ କରିଛି ଆନ୍ଧ୍ର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ