କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।
ପଟ୍ଟାଙ୍ଗି୧୬/୧୧ସ୍ଥାନୀୟ ପ୍ରେସ କ୍ଳବ୍ ସାଂସ୍କୃତିକ ମଣ୍ଡପ ରେ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଡମ୍ବର ସହକାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ଶଶଧର ରାଉତ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ , ମୁଖ୍ୟ ବକ୍ତା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପ୍ରଫେସର ସୈରଭ ଗୁପ୍ତା, ସମ୍ମାନୀତ ଅତିଥି ବରିଷ୍ଠ ଶିକ୍ଷାବିତ୍ ତଥା ସିତମ କଲେଜ ଅଧ୍ୟକ୍ଷ କୃଷ୍ଣ ସିଂ ଯୋଗଦେଇ ଥିଲେ । ଜାତୀୟ ପ୍ରେସ ଦିବସ ପାଳନ ର ଗୁରୁତ୍ଵ ସହ ରାଜ୍ୟ ରେ ସାମ୍ବାଦିକ ଙ୍କ ନ୍ୟାର୍ଯ୍ୟ ଦାବି ପେନସନ ଏକ୍ରିଡେସନ ଏବଂ ପ୍ରୋଟେକସନ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ବିଧାନସଭାରେ ସେ ଦାବି ରଖିବେ ବୋଲି ମୁଖ୍ୟ ଅତିଥି ଶ୍ରୀ କାଡମ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଗୁପ୍ତା ୧୯୭୫ ମସିହା ଜରୁରୀ କାଳୀନ ପରିସ୍ଥିତି ରେ ସମ୍ବାଦ ପରିବେଷଣର ଭୁମିକା ଏବଂ ବର୍ତ୍ତମାନ ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ଯୋଗୁଁ ପ୍ରିଣ୍ଟ ମିଡିଆ ର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି । ସମ୍ମାନିତ ଅତିଥି ଶ୍ରୀ ସିଂ ସମାଜ ରେ ସାମ୍ବାଦିକତା ର ଗୁରୁତ୍ଵ ପୁର୍ଣ୍ଣ ଭୁମିକା ଉପରେ ଆଲୋକପାତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ପ୍ରେସ କ୍ଳବ୍ ସଭାପତି ଅଜୟ କୁମାର ସାହୁ । ପରିଚୟ ପ୍ରଦାନ କରିଥିଲେ ରାଜ୍ୟ ସଂଗଠନ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ , ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ଆଇନ ପରାମର୍ଶଦାତା ବାଲାରାୟ, ଉପଦେଷ୍ଟା ପରିକ୍ଷିତ ବିଶ୍ଵାଳ ଉପସ୍ଥିତ ଥିଲେ । ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ସହ ସମ୍ପାଦକ ଶରତ କୁମାର ଧଳ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କଲ୍ୟାଣ କମିଟି ଅଧ୍ୟକ୍ଷ ଟି ଗୋରୀ ଶଙ୍କର, ଶୃଙ୍ଖଳା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ଗୈଡ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲିପ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବୀନ ସାହୁ, ଜିଲ୍ଲା ଉପସଭାପତି ଜଗତ ଜୀବନ କଞ୍ଚିମ, ସଂଗଠନ ସମ୍ପାଦକ ପରମେଶ୍ଵର ସାହୁ,ସୈମ୍ୟ ରଞ୍ଜନ ସାହୁ, କ୍ଷିରୋଦ ଭୋଳ,ପ୍ରତାପ ନିମାଲଙ୍କ ସମେତ ଜିଲାର କୋରାପୁଟ, ଜୟପୁର,ଲମତାପୁଟ, ପଟାଙ୍ଗି, ନନ୍ଦପୁର, ଲକ୍ଷ୍ମୀପୁର, ଦାମନଯୋଡି, କାକିରୀ ଗୁମ୍ମା, ସେମିଳିଗୁଡା, ବୋରିଗୁମ୍ମା ଆଦି ବ୍ଳକ ରୁ ବହୁ ସଂଖ୍ୟକ ସାମ୍ବାଦିକ ଉପସ୍ଥିତ ଥିଲେ । ଜାତୀୟ ପ୍ରେସ ଦିବସ ଅବସରରେ ସଂଘ ପକ୍ଷରୁ ସମସ୍ତ ଅତିଥି ଏବଂ ଉପସ୍ଥିତ ସାମ୍ବାଦିକଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

