Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ସାମ୍ବାଦିକ ଦିବସ ପାଳିତ

ଲକ୍ଷ୍ମୀପୁର ୧୬/୧୧ … ଲକ୍ଷ୍ମୀପୁର ଥାନା ପରିସରରେ ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ପରିଚାଳନା ରେ ଲକ୍ଷ୍ମୀପୁର ସାମ୍ବାଦିକ ମାନଙ୍କୁ ନେଇଁ ସାମ୍ବାଦିକ ଦିବସ ପାଳନ କରାଯାଇଛି।ସାମ୍ବାଦିକ ପରମେଶ୍ୱର ସାହୁ, ପ୍ରମୋଦ କୁମାର ଜେନା, ପାତ୍ର ପିଲେଣ୍ଟି, ଯୁଧିଷ୍ଠିର ବାଘ,ବଂଶୀ ଧର ଖରା, ସଞ୍ଜୟ ପାଣି,ରଂଜିତ ମହାନନ୍ଦିଆ ପ୍ରମୁଖ ଉପସ୍ଥିତ ରହି କେକ୍ କାଟି ପରସ୍ପର କୁ ଖୁଆଇ ସାମ୍ବାଦିକ ଦିବସ ପାଳିତ କରାଯାଇଥିଲା, ସାମ୍ବାଦିକ ଓ ପୋଲିସ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ୱ   ସଦୃଶ ହୋଇଥିବା ବେଳେ ସାମ୍ବାଦିକ ଙ୍କ ପ୍ରତ୍ୟକ ସୁରକ୍ଷା କ୍ଷେତ୍ର ରେ ଲକ୍ଷ୍ମୀପୁର ପୋଲିସ ସବୁବେଳେ ସହଯୋଗ କରିଆସିଛି ଓ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଆଇଆଇସି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ରେ ସବ ଇନିସ୍ପେକ୍ଟର ରମେଶ କିନ୍ତାଲୁ,ରଂଜିତ ମିଶ୍ର,ପ୍ରତାପ ଚନ୍ଦ୍ର ଦଣ୍ଡ ସେନା ପ୍ରମୁଖ ଉପସ୍ଥିତ ରହିଥିଲେ… ସାମ୍ବାଦିକ ମାନଙ୍କ ସ୍ୱତନ୍ତ୍ର ଦିବସ କୁ ପୋଲିସ ତରଫରୁ ପାଳନ କରାଯାଇ ଥିବାରୁ ଆଇଆଇସି ଓ କର୍ମଚାରୀ ଙ୍କୁ ଧନ୍ୟବାଦ ଦିଆଯାଇଥିଲା…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ