Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିହାର ନିର୍ବାଚନର ଫଳାଫଳ ; ଭାଙ୍ଗୁଛି ଲାଲୁଙ୍କ ପରିବାର

xr:d:DAGAgZeOPp0:3,j:4607605186239250509,t:24032509

ବିହାର;୧୭|୧୧: ବିହାର ନିର୍ବାଚନ ପରେ ବିରୋଧୀ ଦଳ ମଧ୍ୟରେ ପରିବର୍ତ୍ତନ ଦେଖାଦେଇଛି | ନିର୍ବାଚନର ଖରାପ ଫଳାଫଳ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଭାଙ୍ଗିବାରେ ଲାଗିଛି। ଝିଅ ରୋହିଣୀ ଦଳ ଛାଡ଼ି ଦେଇଛନ୍ତି | ଏହାପରେ ସେ ପରିବାର ସହ ସମ୍ପର୍କ ଛିନ୍ନ କରିଥିବା ଘୋଷଣା କରିଛନ୍ତି | ପରେ ଯାଦବ ପରିବାରରେ ବଡ଼ ଫାଟ ସୃଷ୍ଟି ହୋଇଛି। ରୋହିଣୀ ସମ୍ପର୍କ ଛିନ୍ନ କରିବାର ଗୋଟିଏ ଦିନ ପରେ ରବିବାର ଲାଲୁଙ୍କର ଅନ୍ୟ ୩ ଝିଅ ପାଟନା ସ୍ଥିତ ପାରିବାରିକ ଘର ଛାଡ଼ି ଦେଇଛନ୍ତି।

ଏହାପରେ ଲାଲୁଙ୍କ ୩ ଝିଅ ରାଜଲକ୍ଷ୍ମୀ, ରାଗିଣୀ ଓ ଚନ୍ଦା ସେମାନେ ମଧ୍ୟ ତାଙ୍କ ପିଲା ଛୁଆଙ୍କୁ ଧରି ପରିବାରର ପାଟନା ସ୍ଥିତ ଘରୁ ବାହାରି ଦିଲ୍ଲୀ ଚାଲିଯାଇଛନ୍ତି। ଏଥିରେ ଯାଦବଙ୍କ ପରିବାରରେ ବଡ଼ ଫାଟ ସୃଷ୍ଟି ହୋଇଛି। ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଆରଜେଡିର ମହାଗଠନବନ୍ଧନକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ପୂର୍ବ ସୂଚନା ଅନୁଯାଇ ଆରଜେଡି ଗତ ୨୦୨୦ ନିର୍ବାଚନରେ ୭୫ ଆସନ ହାସଲ କରିଥିଲେ | କିନ୍ତୁ ବର୍ତ୍ତମାନ ୨୦୨୫ ନିର୍ବାଚନରେ ମାତ୍ର ୨୫ ହାସଲ କରିଛନ୍ତି |

ଏହାର ଅର୍ଥ ଯେ ୫୦ଟି ଆସନ ହରାଇଛନ୍ତି। ଦିନେ ବିହାରରେ ଏକଛତ୍ରବାଦୀ ଭାବେ ପ୍ରଭାବ ବିସ୍ତାର କରୁଥିବା ଆରଜେଡି ୨୦୨୫ ନିର୍ବାଚନରେ ଅମାନତ ହରାଇଛନ୍ତି। ତେଣୁ ଏହାକୁ ନେଇ ଦଳ ଭିତରେ ହଲଚଲ ଜାରି ରହିଛି | ଏହି ଅସମୟରେ ଯାଦବ ପରିବାର ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି। ଭାବପ୍ରବଣ ହୋଇ ରୋହିଣୀ ଲେଖିଥିବା ପୋଷ୍ଟର ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଘୃଣ୍ୟ ଦୁର୍ବ୍ୟବହାର କରାଯାଇଥିଲା ଏବଂ ତେଜସ୍ୱୀ ଯାଦବଙ୍କ ଦୁଇଜଣ ନିକଟତମ ସହଯୋଗୀ, ଆରଜେଡିର ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବ ଏବଂ ଦୀର୍ଘକାଳୀନ ସହଯୋଗୀ ରମୀଜଙ୍କ ମଧ୍ୟରେ ହୋଇଥିବା ବିବାଦ ସମୟରେ କେହି ଜଣେ ତାଙ୍କୁ ଚପଲରେ ମାରିବାକୁ ଚେଷ୍ଟା କରିଥିଲେ।

ଏପରିକି ବାପା ଲାଲୁଙ୍କୁ ଦେଇଥିବା କିଡନୀ ବଦଳରେ ସେ କୋଟି କୋଟି ଟଙ୍କା ନେଇଛନ୍ତି ବୋଲି ତାଙ୍କ ଉପରେ ଅଭିଯୋଗ ଲାଗିଛି। ଯାହାକୁ ଘୋର ଅପମାନ ବୋଲି ରୋହିଣୀ କହିଛନ୍ତି। ତେବେ ସଞ୍ଜୟ ଓ ରମୀଜ କହିବାରୁ ସେ ଦଳ ଛାଡୁଛନ୍ତି ଓ ପରିବାର ସହ ସମ୍ପର୍କ ଛିନ୍ନ କରୁଛନ୍ତି ବୋଲି ରୋହିଣୀ ଏକ୍ସରେ ପୋଷ୍ଟ କରିଥିଲେ। ତେବେ ସମସ୍ତଙ୍କ ନଜର ତେଜସ୍ୱୀ ଯାଦବଙ୍କ ଉପରେ ରହିଛି।

ସେପଟେ ଭଉଣୀମାନଙ୍କର ଏପରି ଘରୁ ପଳାୟନ ପରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମୋ ଉପରେ ଯେତେ ଆଟାକ ହେଲା ଚଳିବ ହେଲେ ଭଉଣୀମାନଙ୍କ ଉପରେ ଏଭଳି ଆକ୍ରମଣ ସହି ହେଉ ନାହିଁ। ସେ ଚେତାବନୀ ଦେଇ କହିଛନ୍ତି ଯେ ଅନ୍ୟାୟର ପରିଣାମ କଠୋର ହେବ। ବାପା ମୋତେ ଖାଲି ଗୋଟିଏ ଅନୁମତି ଦେଲେ ଆମ ପରିବାରରେ ଥିବା ଏହି ଜୟଚନ୍ଦମାନଙ୍କର ଅବସ୍ଥା ବିହାର ଲୋକ ଖରାପ କରିଦେବେ। ସେ ଆହୁରି କହିଛନ୍ତି ଯେ କିଛି ଲୋକ ତେଜସ୍ୱୀଙ୍କ ବିଚାରକୁ ଭ୍ରମିତ କରୁଛନ୍ତି। ବର୍ତ୍ତମାନ ଲଢ଼େଇ ଝିଅ ଏବଂ ବିହାର ଆତ୍ମସ୍ୱାଭିମାନର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ