Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବିସ୍ଫୋରଣକୁ ନେଇ ସାମ୍ନାକୁ ଆସିଲା ବଡ ଖବର ; ଉମରକୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ଗିରଫ

ନୂଆଦିଲ୍ଲୀ;୧୫|୧୧: ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ NIA କୁ ମିଳିଛି ବଡ଼ ସଫଳତା। ଏହି ତଦନ୍ତରେ ବିସ୍ଫୋରଣକାରୀ ଉମରକୁ ସହାୟତା କରିଥିବା କଶ୍ମୀରର ଜଣେ ବ୍ୟକ୍ତି ଆମିରକୁ ଯାଞ୍ଚ ଏଜେନ୍ସୀ ଦିଲ୍ଲୀରୁ ଗିରଫ କରିଛି । ଆତ୍ମଘାତୀ ବିସ୍ଫୋରଣକାରୀ ଆଇଇଡି ବ୍ୟବହାର କରି ଏକ କାର ବୋମା ବିସ୍ଫୋରଣ କରିଥିଲା ଯେଉଁଥିରେ ୧୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ଏହି ବିସ୍ପୋରଣରେ ବ୍ୟବହୃତ ହୋଇଥିବା କାରଟି ଆମିର ନାମରେ ପଞ୍ଜୀକୃତ ହୋଇଥିଲା। ନଭେମ୍ବର ୧୦ରେ ହୋଇଥିବା ଆକ୍ରମଣ ପାଇଁ ବିସ୍ଫୋରଣକାରୀଙ୍କ ସହିତ ଷଡ଼ଯନ୍ତ୍ର କରିଥିଲା ବୋଲି ଅଭିଯୋଗ ହୋଇଛି | ଯେଉଁଥିରେ କି ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୨ ଜଣ ଆହତ ହୋଇଥିଲେ । ତଦନ୍ତକାରୀଙ୍କ କହିବା ଅନୁସାରେ, ସେ ଗାଡ଼ି କିଣିବାରେ ସାହାଯ୍ୟ ପାଇଁ ଦିଲ୍ଲୀ ଯାଇଥିଲା ।

ଫରେନସିକ୍ ଟେଷ୍ଟରୁ ଜଣାପଡିଛି ଯେ, ମୃତ ଡ୍ରାଇଭରଙ୍କୁ ଡକ୍ଟର ଉମର ଉନ୍ ନବି ଭାବରେ ଚିହ୍ନଟ କରାଯାଇଛି | ସେ ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ଜେନେରାଲ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଏବଂ ପୁଲୱାମା ଜିଲ୍ଲାର ବାସିନ୍ଦା ।

ଅଧିକାରୀଙ୍କ କହିବା ମୁତାବକ, ଦିଲ୍ଲୀ ପୋଲିସ, ହରିୟାଣା ପୋଲିସ, ଉତ୍ତର ପ୍ରଦେଶ ପୋଲିସ ଏବଂ ଜମ୍ମୁ ଏବଂ କଶ୍ମୀର ପୋଲିସ, ଅନ୍ୟ ଏଜେନ୍ସି ସହିତ ମିଳିତ ଭାବରେ କାର୍ଯ୍ୟ କରି ୭୩ ଜଣ ସାକ୍ଷୀଙ୍କୁ ପଚରାଉଚରା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ