Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଫର ଏକ୍ସପ୍ରେସକୁ ପୁଣି ଆକ୍ରମଣ, ବୋମାରେ ଉଡାଇଦେଲେ ରେଳ ଟ୍ରାକ୍

ନୂଆଦିଲ୍ଲୀ ୧୭/୧୧: ଜାଫର ଏକ୍ସପ୍ରେସ ଟ୍ରେନକୁ ଟାର୍ଗେଟ କରିଛି ବେଲୁଚିସ୍ତାନ। ପାକିସ୍ତାନର ପିଛା ଛାଡୁନି ବେଲୁଚିସ୍ତାନ | ଏହାର ଉଦାହରଣ ହେଉଛି ରେଳ ଟ୍ରାକ୍ ବିସ୍ଫୋରଣ । ତେବେ ଏହି ଅଘଟଣ ବଡ଼ ହେବା ପୂର୍ବରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ବେଲୁଚିସ୍ତାନର ନାସିରାବାଦ ଜିଲ୍ଲାରେ ରେଳ ଟ୍ରାକରେ ପୂର୍ବରୁ ଯୋଜନାବଦ୍ଧ ଭାବରେ ବିସ୍ଫୋରକ ଉପକରଣ ରଖାଯାଇଥିଲା| ଟ୍ରେନଟି ଯାଉଥିବା ସମୟରେ ବିସ୍ଫୋରଣ ହୋଇଥିବାର ସୂଚନା ରହିଛି।

ଏହା ପାକିସ୍ତାନର ସବୁଠାରୁ ଅଧିକ ଟାର୍ଗେଟ କରାଯାଉଥିବା ଯାତ୍ରୀବାହୀ ଟ୍ରେନ | ଯାହା ଉପରେ ଏହି ଆକ୍ରମଣ ହୋଇଛି। ପୋଲିସ ଏବଂ ରେଳ ଅଧିକାରୀଙ୍କ ଅନୁଯାୟୀ, ଅଜ୍ଞାତ ଆକ୍ରମଣକାରୀମାନେ ସହିଦ ଅବଦୁଲ ଅଜିଜ ବୁଲୋ ଅଞ୍ଚଳରେ ରେଳ ଟ୍ରାକରେ ବୋମା ରଖିଥିଲେ । କ୍ୱେଟାରୁ ପେଶାୱାର ଯାଉଥିବା ଟ୍ରେନଟି ବିସ୍ଫୋରଣର କିଛି ମୁହୂର୍ତ୍ତ ପୂର୍ବରୁ ସେହି ସେକ୍ସନ ଦେଇ ଯାଇଥିଲା ।

ଆକ୍ରମଣରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀ ଆହତ ହୋଇ ନାହାଁନ୍ତି । ନସିରାବାଦର ବରିଷ୍ଠ ପୋଲିସ ଅଧିକ୍ଷକ ଗୁଲାମ ସରୱାର କହିଛନ୍ତି ଯେ ବିସ୍ଫୋରଣ ପରେ ସୁରକ୍ଷା କର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ଷତିଗ୍ରସ୍ତ ଟ୍ରାକର ଯାଞ୍ଚ ଆରମ୍ଭ ହୋଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ଏକ ଅଭିଯାନ ଚାଲିଛି।

ଏସଏସପି ଏହା ମଧ୍ୟ କହିଛନ୍ତି ଯେ ଟ୍ରାକରେ ବିସ୍ଫୋରଣ ବ୍ୟତୀତ, ସଶସ୍ତ୍ର ଲୋକମାନେ ଦୂରରୁ ଟ୍ରେନ ଉପରେ ଚାରୋଟି ରକେଟ ମାଡ଼ କରିଥିଲେ । କିନ୍ତୁ କୌଣସି ରକେଟ କୋଚରେ ବାଜି ନଥିଲା। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ବିସ୍ଫୋରଣ ଟ୍ରାକର ଏକ ଅଂଶକୁ କ୍ଷତିଗ୍ରସ୍ତ କରିଥିଲା । ଯାହା ଫଳରେ କ୍ୱେଟା ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ଟ୍ରେନ ସେବା ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିଲା।

ସୁରକ୍ଷା ବିପଦ ଯୋଗୁଁ ଚାରି ଦିନର ବିରତି ପରେ ରବିବାର ସେବା ପୁନର୍ବାର ଆରମ୍ଭ ହୋଇଥିଲା । ବାଲୁଚ୍ ଜାତୀୟତାବାଦୀ ନେତା ମୀର ୟାର ବାଲୁଚ୍ ଅନୁଯାୟୀ, ବାଲୁଚ୍ ରିପବ୍ଲିକାନ୍ ଗାର୍ଡସ୍ (BRG) ଗଣମାଧ୍ୟମକୁ ଜାରି ଏକ ବିବୃତ୍ତିରେ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ