Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଫର ଏକ୍ସପ୍ରେସକୁ ପୁଣି ଆକ୍ରମଣ, ବୋମାରେ ଉଡାଇଦେଲେ ରେଳ ଟ୍ରାକ୍

ନୂଆଦିଲ୍ଲୀ ୧୭/୧୧: ଜାଫର ଏକ୍ସପ୍ରେସ ଟ୍ରେନକୁ ଟାର୍ଗେଟ କରିଛି ବେଲୁଚିସ୍ତାନ। ପାକିସ୍ତାନର ପିଛା ଛାଡୁନି ବେଲୁଚିସ୍ତାନ | ଏହାର ଉଦାହରଣ ହେଉଛି ରେଳ ଟ୍ରାକ୍ ବିସ୍ଫୋରଣ । ତେବେ ଏହି ଅଘଟଣ ବଡ଼ ହେବା ପୂର୍ବରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ବେଲୁଚିସ୍ତାନର ନାସିରାବାଦ ଜିଲ୍ଲାରେ ରେଳ ଟ୍ରାକରେ ପୂର୍ବରୁ ଯୋଜନାବଦ୍ଧ ଭାବରେ ବିସ୍ଫୋରକ ଉପକରଣ ରଖାଯାଇଥିଲା| ଟ୍ରେନଟି ଯାଉଥିବା ସମୟରେ ବିସ୍ଫୋରଣ ହୋଇଥିବାର ସୂଚନା ରହିଛି।

ଏହା ପାକିସ୍ତାନର ସବୁଠାରୁ ଅଧିକ ଟାର୍ଗେଟ କରାଯାଉଥିବା ଯାତ୍ରୀବାହୀ ଟ୍ରେନ | ଯାହା ଉପରେ ଏହି ଆକ୍ରମଣ ହୋଇଛି। ପୋଲିସ ଏବଂ ରେଳ ଅଧିକାରୀଙ୍କ ଅନୁଯାୟୀ, ଅଜ୍ଞାତ ଆକ୍ରମଣକାରୀମାନେ ସହିଦ ଅବଦୁଲ ଅଜିଜ ବୁଲୋ ଅଞ୍ଚଳରେ ରେଳ ଟ୍ରାକରେ ବୋମା ରଖିଥିଲେ । କ୍ୱେଟାରୁ ପେଶାୱାର ଯାଉଥିବା ଟ୍ରେନଟି ବିସ୍ଫୋରଣର କିଛି ମୁହୂର୍ତ୍ତ ପୂର୍ବରୁ ସେହି ସେକ୍ସନ ଦେଇ ଯାଇଥିଲା ।

ଆକ୍ରମଣରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀ ଆହତ ହୋଇ ନାହାଁନ୍ତି । ନସିରାବାଦର ବରିଷ୍ଠ ପୋଲିସ ଅଧିକ୍ଷକ ଗୁଲାମ ସରୱାର କହିଛନ୍ତି ଯେ ବିସ୍ଫୋରଣ ପରେ ସୁରକ୍ଷା କର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ଷତିଗ୍ରସ୍ତ ଟ୍ରାକର ଯାଞ୍ଚ ଆରମ୍ଭ ହୋଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ଏକ ଅଭିଯାନ ଚାଲିଛି।

ଏସଏସପି ଏହା ମଧ୍ୟ କହିଛନ୍ତି ଯେ ଟ୍ରାକରେ ବିସ୍ଫୋରଣ ବ୍ୟତୀତ, ସଶସ୍ତ୍ର ଲୋକମାନେ ଦୂରରୁ ଟ୍ରେନ ଉପରେ ଚାରୋଟି ରକେଟ ମାଡ଼ କରିଥିଲେ । କିନ୍ତୁ କୌଣସି ରକେଟ କୋଚରେ ବାଜି ନଥିଲା। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ବିସ୍ଫୋରଣ ଟ୍ରାକର ଏକ ଅଂଶକୁ କ୍ଷତିଗ୍ରସ୍ତ କରିଥିଲା । ଯାହା ଫଳରେ କ୍ୱେଟା ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ଟ୍ରେନ ସେବା ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିଲା।

ସୁରକ୍ଷା ବିପଦ ଯୋଗୁଁ ଚାରି ଦିନର ବିରତି ପରେ ରବିବାର ସେବା ପୁନର୍ବାର ଆରମ୍ଭ ହୋଇଥିଲା । ବାଲୁଚ୍ ଜାତୀୟତାବାଦୀ ନେତା ମୀର ୟାର ବାଲୁଚ୍ ଅନୁଯାୟୀ, ବାଲୁଚ୍ ରିପବ୍ଲିକାନ୍ ଗାର୍ଡସ୍ (BRG) ଗଣମାଧ୍ୟମକୁ ଜାରି ଏକ ବିବୃତ୍ତିରେ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories