Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀ ଜିଲ୍ଲା କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ ର ବୈଠକ ଓ କର୍ମ କର୍ତ୍ତା ନିର୍ବାଚନ l

ଅସ୍ତରଙ୍ଗ, କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ପୁରୀ ଜିଲ୍ଲା ଶାଖା ର ଏକ ବୈଠକ, ୧୬ତାରିଖ ଦିନ ଜାତୀୟ ପ୍ରେସ ଦିବସ ଅବସରରେ ମଙ୍ଗଳପୁର ହୋଟେଲ ରାଞ୍ଚ ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ବୈଠକ ରେ, ରାଜ୍ୟ ସଭାପତି ମନୋଜ ଦାଶ, ଉପ ସଭପତି ଦୁଃଶାସହ ନାୟକ, ଓ ସାଧାରଣ ସମ୍ପଦକ ରାଜକିଶୋର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ, ପୁରୀ ଜିଲ୍ଲା ଲାଗି ତିନିବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରା ଯାଇଥିଲା ଜିଲ୍ଲା ସଂଘ ର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଦୁଃସାଶନ ନାୟକ ଓ ରାଜ କିଶୋର ସ୍ୱାଇଁ ଙ୍କୁ ମନୋନୀତ କରାଯାଇ ଥିଲା ବେଳେ,ସଭାପତି ଭାବେ ବିଶ୍ଵ ରଞ୍ଜନ ବିଶ୍ଵ ଶ୍ରୀ, କାର୍ଯକାରୀ ସଭାପତି ଭାବେ ଅକ୍ଷୟ ନାୟକ, ଉପ ସଭାପତି ଭାବେ ଅରୁଣ କୁମାର ରାଉତ, ସାଧାରଣ ସମ୍ପାଦକ ଭାବେ ବିଭୁତି ଭୂଷଣ ତ୍ରିପାଠୀ,ସହ ସମ୍ପାଦକ ଅକ୍ଷୟ କୁମାର ରାଉତ, ଓ ସାଂସ୍କୃତିକ ସମ୍ପାଦକ ଜ୍ଞାନ ବିଶ୍ୱାଳ ପ୍ରଭୁତି ରହିଛନ୍ତି l ଏହି ବୈଠକରେ, ଆଦିତ୍ୟ ବିଶ୍ୱାଳ, ମାନସ ସାମଲ, ମାନସ ଖଣ୍ଡୁଆଳ, ପ୍ରକାଶ ବେହେରା,ଅଜୟ ନାୟକ, ଦୁର୍ଗାପ୍ରସାଦ ମିଶ୍ର, ସଚିତା ନନ୍ଦ ଗୋଛାୟତ, ମହେଶ୍ୱର ସାମଲ, ଆଦି ବହୁ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ