Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜାଳିଦେଲେ ଦୁବୃର୍ତ୍ତ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପତର କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ବଡବର୍ଡାକଟା କେନ୍ଦୁପତ୍ର ଫଡିଘରେ ଦୁବୃର୍ତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଉକ୍ତ କେନ୍ଦୁପତ୍ର ଫଡିରେ ଥିବା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି। ରବିବାର ରାତି ପ୍ରାୟ ୧୦.୩୦ଘଣ୍ଟା ସମୟରେ କେତେକ ଦୁର୍ବୁତ୍ତ ଉକ୍ତ ଫଡିରେ ନିଆଁ ଲଗେଇ ଦେଇଥିଲେ । ଏବେ ପତ୍ର ତୋଳା ସମୟ ହୋଇଥିବାରୁ କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ଖରଦି ପରେ ଉକ୍ତ ଫଡିଘରେ ରଖାଯାଉଥିଲା। ତେଣୁ ଫଡିଘରେ ଉକ୍ତ ଫଡିର ମୁନସି ମଧ୍ୟ ଜଗୁଥିଲେ। ନିଆଁ ଲାଗିଲା ବେଳେ ସେ ଶୋଇ ପଡିଥିବାରୁ ନିଆଁ ଲାଗି ଗଚ୍ଛିତ ରଖାଯାଇଥିବା କେନ୍ଦୁପତ୍ର ଜଳିଯିବା ସହିତ ମୁନସି ର ଖଟରେ ମଧ୍ୟ ନିଆଁ ଲାଗି ଯାଇ ଥିବାରୁ ସେ ଆହତ ହୋଇଥିବା ସୁଚନା ମିଳିଛି । ତୁରନ୍ତ ବୀରମହାରାଜପୁର ଦମକଳ ବାହିନୀ କୁ ଖବର ଦିଆଯାଇଥିଲା । ଦମକଳ ବାହିନି ଯାଇ ନିଆଁ କୁ ଆୟତ୍ତ କଲା ବେଳକୁ ସବୁପତ୍ର ପୋଡି ପାଉଶ ହୋଇଯାଇଥିଲା । ଖବରପାଇ ବହଳପଦର କେନ୍ଦୁପତ୍ର ରେଞ୍ଜ ଅଧିକାରୀ ଓ ଫରେଷ୍ଟର ମାନେ ଘଟଣା ସ୍ଥଳକୁ ଯାଇ ତଦାରଖ କରୁଛନ୍ତି ।