ସଡ଼କ ଦୁର୍ଘଟଣା ରୁ ଯାତ୍ରୀ ଙ୍କୁ କିପରି ସୁରକ୍ଷା ଦେବା ଡ୍ରାଇଭର ମାନଙ୍କୁ ପରିବହନ ନିଗମ ପକ୍ଷରୁ ତାଲିମ୍
ପଟ୍ଟାଙ୍ଗି୨୦/୧୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ପଡୋଶୀ ରେ ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ୍ ଜିଲ୍ଲା ସଦର ମହକୁମାରେ ମଙ୍ଗଳବାର ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀ ଙ୍କୁ ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତହାତ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ଆନ୍ଧ୍ର ରାଜ୍ୟର ବିଜୟନଗରମ୍ ଡିପୋ ମ୍ୟାନେଜର ରବିନ୍ଦ୍ର ବେହେରାଙ୍କ ଙ୍କ ସଭାପତିତ୍ୱ ରେ ଡିପୋ କାର୍ଯ୍ୟାଳୟ ପରିସରରେ ଡିପୋ ଅଧିନରେ ରହିଥିବା ସମସ୍ତ ଡ୍ରାଇଭର ଓ କର୍ମଚାରୀ ଙ୍କୁ ନେଇ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ଉକ୍ତ ତାଲିମ୍ ରେ ଉପସ୍ଥିତ ଡ୍ରାଇଭର ମାନଙ୍କୁ ବସ୍ ଉପରେ ନିର୍ଭର ଓ ବିଶ୍ୱାସ କରି ଯାତ୍ରୀ ମାନେ ଯେପରି ଯାତାୟାତ କରୁଛନ୍ତି । ସେମାନଙ୍କୁ ସୁରକ୍ଷା ଦେବା ଆମର ମୁଖ୍ୟ କର୍ତ୍ତବ୍ୟ । ଏହାସହ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ନେଇ ତାଙ୍କ ଗନ୍ଥବ୍ୟ ସ୍ଥଳେ ପହଞ୍ଚାଇବା ସବୁଠାରୁ ବଡ଼ ଦାଇତ୍ଵ । ତେଣୁ ଯାତ୍ରୀ ମାନଙ୍କୁ ନେଇ ଯାତ୍ରା କରୁଥିବା ସମୟରେ ହଟାତ୍ ଯେକୌଣସି ଅଘଟଣ ଘଟିଲେ ପ୍ରଥମେ କିପରି ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଧାର କରି ତାଙ୍କୁ ଉଚିତ୍ ବ୍ୟବହାର ଦେବା ସେନେଇ ଆମ ମାନଙ୍କର ମୁଖ୍ୟ ଦାଇତ୍ଵ । ଯାତ୍ରୀ ଙ୍କ ସୁରକ୍ଷା ପ୍ରତି ଆମେ ଅବହେଳା କରିଲେ ଯାତ୍ରୀ ଆମ ପ୍ରତି ବିଶ୍ୱାସ ହରାଇ ବସିବେ ଏବଂ ବସ୍ କୁ ନେଇ ଯାଉଥିବା ସମୟରେ ଯେପରି ଦୁର୍ଘଟଣା ନ ଘଟେ ସେଥି ପ୍ରତି ମଧ୍ୟ ଜତ୍ନ ବାନ ହେବା ଆବଶ୍ୟକ ଏଥିସହିତ ବସ୍ ରେ ନିଆଁ ଲାଗିଗଲେ ବସ୍ ରେ ରହିଥିବା ନିଆଁ ଲିଭା ଗ୍ୟାସ୍ କୁ କିପରି ବ୍ୟବହାର କରି କିପରି ଶୂନ ମୃତାହତ ସହ ଧନଜୀବନ ନଷ୍ଟ ନହେବା ପ୍ରତି ଧ୍ୟାନ ଦେବା ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ । ଗତ ଦିନ ମାନଙ୍କରେ ସାଲୁର୍ ଘାଟି ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନ ମାନଙ୍କରେ ବସ୍ ରେ ନିଆଁ ଲାଗି ନଷ୍ଟ ହେବା ଘଟଣା ଯେପରି ପୁନରାବର୍ତି ନହୁଏ ସେଥି ପ୍ରତି ଧ୍ୟାନ ରଖିବା କୁ ଉକ୍ତ ତାଲିମ୍ କାର୍ଯ୍ୟକ୍ରମ ବୁଝା ଯାଇଥିଲା । ଏଥିସହ ବସ୍ ଯେତେବେଳେ ଯେଉଁଠି ଅଟକିବ ସେହି ସମୟରେ ବସ୍ କୁ ଯାଞ୍ଚ କରିବା ନିହାତି ଆବଶ୍ୟକ ବୋଲି ଡ୍ରାଇଭର ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଆନ୍ଧ୍ର ରାଜ୍ୟର ଉକ୍ତ ଡିପୋ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

