Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶର ସର୍ବ କନିଷ୍ଠା ବିଧାୟିକା ମୈଥିଲୀ ; କେତେ ସମ୍ପତିର ମାଲିକାଣୀ

ବିହାର;୨୦|୧୧: ମୈଥିଲୀ ଠାକୁରଙ୍କୁ କିଏ ବା ନ ଜାଣିଛନ୍ତି । ନୂଆକରି ରାଜନୀତିରେ ପାଦ ଥାପିଛନ୍ତି। ଅତୀତରେ ସେ ଗାୟିକା ଭାବରେ ପରିଚିତ ଥିବା ବେଳେ ଏବେ ସର୍ବକନିଷ୍ଠ ଏମଏଲଏ ଭାବରେ ଚର୍ଚ୍ଚାରେ ଅଛନ୍ତି | ମୈଥିଲୀ ଠାକୁରଙ୍କୁ ଲୋକେ ଆଗରୁ ଖୁବ ଜାଣିଛନ୍ତି। ତାଙ୍କର ଫ୍ୟାନ ଫଲୋର୍ସ ଯେମିତି, ଲୋକେ ଭଲ ପାଆନ୍ତି ମଧ୍ୟ ସେମିତି। ପ୍ରସିଦ୍ଧ ଗାୟିକା ଏବଂ ଯୁବ ଚେହେରା ମୈଥିଲୀ ଠାକୁର ୨୦୨୫ ବିହାର ବିଧାନସଭା ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ।

୨୫ ବର୍ଷ ବୟସରେ ସେ ଯେଉଁ ସ୍ବୀକୃତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି ତାହା ବହୁତ କମ ମଣିଷ କରିପାରନ୍ତି | ତେବେ ତାଙ୍କର ଏହି ରାଜନୀତିକ ସଫଳତା ପରେ ଲୋକଙ୍କ ମନରେ ତାଙ୍କ ସମ୍ପତ୍ତି ଏବଂ ଆୟ ବିଷୟରେ ଜାଣିବା ପାଇଁ ଆଗ୍ରହ ବୃଦ୍ଧି କରୁଛି। କିନ୍ତୁ ଆପଣ କଣ ଜାଣିଛନ୍ତି କି ଯେ ମୈଥିଲୀଙ୍କ ବାର୍ଷିକ ଆୟ କେତେ ଏବଂ ସେ କେତେ ସମ୍ପତ୍ତି ମାଲିକାଣୀ ଏବଂ ତାଙ୍କର ରୋଜଗାରର ମାଧ୍ୟମ କଣ ସବୁ ରହିଛି ?

ମୈଥିଲୀଙ୍କ ଆୟର ଉତ୍ସ ଅନେକ ରହିଛି। ଯେହେତୁ ସେ ଜଣେ ନାମିଦାମୀ ଗାୟିକା ଏବଂ ସେ ଲୋକ ଗାୟିକା ଏବଂ ଭଜନ କଳାକାର ତା ସହ YouTube, Facebook ଏବଂ Instagram ପରି ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଯଥେଷ୍ଟ ରୋଜଗାର କରନ୍ତି। ଏଥିସହିତ ଲାଇଭ ଶୋ, ସଂଗୀତ ଆଲବମ ଏବଂ ବ୍ରାଣ୍ଡ ପ୍ରମୋସନ ମଧ୍ୟ ମୈଥିଲୀଙ୍କ ଆୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖେ। ଯେଉଁଥି ପାଇଁ ସେ ଲଗଜୁରିୟସ୍‌ ଲାଇଫ ମେଣ୍ଟେନ ମଧ୍ୟ କରନ୍ତି ବୋଲି ସୂଚନା ରହିଛି ।

ମୈଥିଲୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ୧,୧୫୨ ବର୍ଗଫୁଟ ଫ୍ଲାଟରେ ରୁହନ୍ତି । ସେ ଡିସେମ୍ବର ୨, ୨୦୨୨ ରେ ଏକ ଜମି ମଧ୍ୟ କିଣିଥିଲେ, ଯାହାର ମୂଲ୍ୟ ସେତେବେଳେ ୯.୪ ମିଲିୟନ ଥିଲା। ବର୍ତ୍ତମାନ ସେହି ଜମିର ମୂଲ୍ୟ ପ୍ରାୟ ୩ କୋଟି (ପ୍ରାୟ $୧.୫ ବିଲିୟନ)କୁ ବୃଦ୍ଧି ପାଇଛି ବୋଲି ସୂଚନା ରହିଛି।

ନିର୍ବାଚନ କମିଶନରେ ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ, ମୈଥିଲୀ ଠାକୁରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨.୩୨ କୋଟି (ପ୍ରାୟ $୨.୩୨ ବିଲିୟନ)। ଏଥିରେ ନଗଦ, ବ୍ୟାଙ୍କ ବାଲାନ୍ସ, ନିବେଶ ଏବଂ ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ। ମୈଥିଲୀ ଠାକୁରଙ୍କ ଜନ୍ମ ମଧୁବଣୀ ଜିଲ୍ଲାର ଉରେନ ଗ୍ରାମରେ । ପିଲାଦିନରୁ ଜଣେ ସଂଗୀତ ପ୍ରେମୀ, ସେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ୨୦୨୫ ମସିହାରେ, ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଆଲିନଗର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ