ବିନା ଲାଇସେନ୍ସ ରେ ଚାଲିଛ ଔଶଧ ଦୋକାନ, ଔଷଧ କମ୍ପାନୀ ପ୍ରତିନିଧି ଅଟକ
ଅସ୍ତରଙ୍ଗ, ୨୦।୧୧:ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ବିନା ଲାଇସେନ୍ସରେ ମାଳମାଳ ଔଷଧ ଦୋକାନ ଖୋଲାଯାଇ ରୋଗୀଙ୍କ ଜୀବନ ସହ ଖେଳ ହେଉଥିବା ଅଭିଯୋଗ ହୋଇଛି। ଅସ୍ତରଙ୍ଗ ବ୍ଲକ କୋରଣା ପଞ୍ଚାୟତ ପୋଟଳ ଛକରେ ଥିବା ଦୁଇଟି ମେଡିସିନ ଷ୍ଟୋର ନାମରେ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।ବିନା ବୈଧ କାଗଜ ପତ୍ରରେ କୋଣାର୍କର ମିନା ଫାର୍ମାସୀର ଜଣେ ବ୍ୟକ୍ତି ଗୋଟେ ବ୍ୟାଗରେ କିଛି ଔଷଧ ଆଣି ଅନେକ ସମୟରେ ଏହି ଷ୍ଟୋରରେ ବିକ୍ରି ପାଇଁ ଦେଇ ଆସୁଥିବା ସେମାନେ ଅଭିଯୋଗ କରିଛନ୍ତି। ଯେଉଁମାନଙ୍କୁ ଔଷଧ ଦିଆଯାଇଛି ସେମାନେ ସମ୍ପୂର୍ଣ୍ଣ ଭାବେ ମେଡିସିନ ବାବଦରେ ଅନଭିଜ୍ଞ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସେମାନେ ଅନେକ ସମୟରେ ଏହି ଔଷଧ ଦୋକାନରୁ ଔଷଧ ନେଲେ ତାଙ୍କ ଠାରୁ ଅଧିକ ଅର୍ଥ ଶୋଷଣ ହେଉବେଳେ ସେହି ଔଷଧରେ ରୋଗ ଭଲ ହେଉନାହିଁ। ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ସମସ୍ୟା ଭଳି ଗୁରୁତ୍ୱର ରୋଗର ଔଷଧ ଏହି ଦୋକାନିମାନେ ବିନା ପ୍ରେସ୍କ୍ରିପ୍ସନରେ ଗ୍ରାମାଞ୍ଚଳ ରୋଗୀଙ୍କୁ ଦେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରି ପ୍ରଶାସନ ଏହି ମେଡ଼ିସିନ ଷ୍ଟୋର ଉପରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ସରକାର କିଛି ନିର୍ଦ୍ଦିଷ୍ଟ କଫ ସିରାଫ ଉପରେ ରୋକ ଲଗାଇବା ସହ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶରେ ଦେବାପାଇଁ କହୁଥିବା ବେଳେ ଗ୍ରାମାଞ୍ଚଳରେ ଏହି ଭଳି ମେଡ଼ିସିନ ଷ୍ଟୋରରେ ଏଗୁଡ଼ିକ ବିନା ଡାକ୍ତରୀ ପରାମର୍ଶରେ ବିକ୍ରି କରାଯାଉଛି।ଏଭଳି ଅଭିଯୋଗ ଆଣି ଘଟଣା ସ୍ଥଳରେ ମିନା ଫାର୍ମାରୁ ଔଷଧ ଆଣି ଆସିଥିବା କର୍ମୀଙ୍କୁ ଗ୍ରାମବାସୀ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଞ୍ଚି ଉକ୍ତ ଲୋକକୁ ଥାନାକୁ ନେଇ ପଚରାଉଚରା କରିଛନ୍ତି। ତେବେ ପୋଲିସ ଆସିବାର ସୂଚନା ପାଇ ଘଟଣା ସ୍ଥଳରୁ ସମ୍ପୃକ୍ତ ଦୋକାନ ତାଲା ମାରି ପଳାଇଥିବା ଦେଖାଯାଇଛି।

