ପାକିସ୍ତାନରେ ଭୂମିକମ୍ପ ଝଟକା ; ଭୟଭୀତ ଜନତା
ଇସଲାମବାଦ ;୨୧|୧୧: ଭୂକମ୍ପ ଭୟରେ ଥରିଲା ପାକିସ୍ତାନ । ଆଜି ସକାଳୁ ସକାଳୁ ଉତ୍ତର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଏନସିଏସ ଅନୁଯାୟୀ, ଭୂମିକମ୍ପର ଗଭୀରତା ୧୩୫ କିଲୋମିଟର ରହିଥିଲା | ଏହାର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ରହିଥିଲା। ଯାହାକୁ ଭୂମିକମ୍ପର କେନ୍ଦ୍ରବିନ୍ଦୁ ତାଲିକାରେ ମଧ୍ୟ ଗଣା ଯାଏ | ଭୂବିଜ୍ଞାନୀଙ୍କ କହିବା ଅନୁଯାଇ, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଘଟିବାର ରିପୋର୍ଟ କରାଯାଇ ନାହିଁ।
ରଏଟର୍ସର ରିପୋର୍ଟ ମୁତାବକ, ଜୁନ୍ ୨୯ ତାରିଖରେ ମଧ୍ୟ ପାକିସ୍ତାନରେ ୫.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା। ମେ ୧୦ ତାରିଖରେ ପାକିସ୍ତାନରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା। ସେହିପରି ଏପ୍ରିଲ ୧୨ ତାରିଖରେ ପାକିସ୍ତାନରେ ୫.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା।
କିଛି ଦିନ ପୂର୍ବରୁ ମଧ୍ୟ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୫ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା। ଅକ୍ଟୋବର ୨ ତାରିଖରେ କରାଚୀରେ ମଧ୍ୟ ୩.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ମାଲିରର ଉତ୍ତର-ପଶ୍ଚିମରେ ୭ କିଲୋମିଟର ଦୂରରେ ଥିଲା। । ନିରନ୍ତର ଭୂମିକମ୍ପ ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଶନିବାର ଦିନ ୦୧:୫୯ IST (ଭାରତୀୟ ମାନକ ସମୟ)ରେ ପାକିସ୍ତାନରେ ୪.୫ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା। ରିପୋର୍ଟ ଅନୁଯାୟୀ, ବୁଧବାର (ସ୍ଥାନୀୟ ସମୟ) ଅକ୍ଟୋବର ୨ ତାରିଖରେ ପାକିସ୍ତାନର କରାଚୀରେ ୩.୨ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଥିଲା। ବୁଧବାର ସକାଳ ୯:୩୪ ସମୟରେ ମାଲିରର ଉତ୍ତର-ପଶ୍ଚିମରେ ସାତ କିଲୋମିଟର ଦୂରତାରେ ୧୦ କିଲୋମିଟର ଗଭୀରତାରେ ଭୂମିକମ୍ପ ହୋଇଥିଲା।

