Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନା ନିର୍ବାଚନରେ ହେଲେ ମନ୍ତ୍ରୀ; ସୋସିଆଲ ମିଡିଆରେ ଏବେ ‘ଭାଇରାଲ ମିନିଷ୍ଟର’

ବିହାର ;୨୧।୧୧: ଦୀର୍ଘବର୍ଷ ଧରି ବିହାରର ରାଜନୀତି ଖେଳର ଅନ୍ତ ଘଟିବା ପରେ ମୁଖ୍ୟମନ୍ତ୍ରୀ ରହିଆସିଥିବା ଜେଡିୟୁ ନେତା ନୀତୀଶ କୁମାର ବିଜୟ ହାସଲ କରିଛନ୍ତି | ଗତକାଲି ସେ ଦଶମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଗତକାଲିର ମନ୍ତ୍ରୀମଣ୍ଡଳ ଚୟନରେ ଉପେନ୍ଦ୍ର କୁଶୱାହାଙ୍କ ପୁଅ ଦୀପକ ପ୍ରକାଶଙ୍କୁ ବିହାରର ନୂତନ ସରକାରରେ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କର ସରଳ ପୋଷାକ ଏବଂ ସହଜ ବ୍ୟବହାର ହଠାତ୍‌ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଫଳରେ ଲୋକମାନେ ତାଙ୍କୁ ଏବେ ‘ଭାଇରାଲ ମିନିଷ୍ଟର’ ବୋଲି ଡାକିବା ଆରମ୍ଭ କଲେଣି।

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ , “ମୁଁ ରାଜନୀତିରେ ନୂଆ ନୁହେଁ। ମୋ ପିତା ଉପେନ୍ଦ୍ର କୁଶୱାହାଙ୍କୁ ପିଲାଦିନରୁ ଜନସାଧାରଣଙ୍କ ମଧ୍ୟରେ କାମ କରୁଥିବାର ଦେଖିଛି। ମୁଁ ପ୍ରଥମଥର ପାଇଁ ମନ୍ତ୍ରୀ ପଦରେ ନିଯୁକ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭଳି ନେତାଙ୍କ ସହ କାମ କରିବା ମୋ ପାଇଁ ଏକ ବଡ଼ ସୌଭାଗ୍ୟର କଥା।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ରାଜନୀତିରେ ପରିବର୍ତ୍ତନ ଜରୁରୀ। ଯୁବକମାନେ ପୁରୁଣା ରାଜନୀତିରୁ ଦୂରେଇ ଯାଉଛନ୍ତି। ମୁଁ ସାଧାରଣ ଲୋକଙ୍କ ସହିତ ସାକ୍ଷାତ କରିବାକୁ ଏବଂ ରହିବାକୁ ଚାହୁଁଛି।”

ଦୀପକଙ୍କୁ ମନ୍ତ୍ରୀପଦ ମିଳିବା ପରେ ପରିବାରବାଦ ପ୍ରସଙ୍ଗ ଉଠିଛି। କାରଣ ଉପେନ୍ଦ୍ର କୁଶୱାହାଙ୍କ ସ୍ତ୍ରୀ ମଧ୍ୟ ଜଣେ ବିଧାୟକ ଏବଂ କୁଶୱାହା ନିଜେ ରାଜ୍ୟସଭା ଏମ୍‌ପି | ଏନେଇ ଦୀପକ କହିଛନ୍ତି ଯେ , “ମୋ ଯୋଗ୍ୟତାକୁ ପରିବାରବାଦ ସହିତ ଯୋଡ଼ନ୍ତୁ ନାହିଁ। ଯଦି ମୋତେ ଦାୟିତ୍ୱ ଦିଆଯାଇଛି | ତେବେ ମୁଁ ତାହା ପାଳନ କରିବି। ମୋର ଦକ୍ଷତା ଆଧାରରେ ମୋତେ ଚୟନ କରାଯାଇଛି।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ