Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମ୍ଭୀର ଆତଙ୍ଗ ନେଇ ସଚେତନତା କରାଇଲା ବନ ବିଭାଗ

ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିର ଜାହାନିଆଁ ସମୁଦ୍ର ବେଳା ଭୂମିରେ, ଲୁଣି କୁମ୍ଭୀର ର ଆତଙ୍କ ସୁଷ୍ଟି ନେଇ ବନ ବିଭାଗ ତରଫରୁ ସମୁଦ୍ର ରେ ନ ଗାଧୋଇବା ପାଇଁ ସଚେତନତା କରା ଯାଇ ଅଛି l ଜାହାନିଆଁ ବନପାଳ କାଳୀପ୍ରସାଦ ମହାନ୍ତି ଙ୍କ ନେତୃତ୍ୱ ରେ ବନ କର୍ମଚାରୀ ମାନେ ଡାକବାଜି ଯନ୍ତ୍ର, ଓ ପ୍ଲାକାର୍ଡ ଦ୍ଵାରା, ପିର ବେଳାଭୂମି କୁ ଗାଧୋଇବାକୁ ଆସୁଥିବା ସ୍ତାନୀୟ ଲୋକ ଓ ପର୍ଯ୍ୟଟକ ମାନଙ୍କୁ ନ ଗାଧୋଇବା ପାଇଁ ପରାମର୍ଶ ଦେଉ ଥିବାର ଦେଖିବାକୁ ମିଳିଥିଲା l ଏହି କୁମ୍ଭୀର ବେଳାଭୂମିର ଶୀତୁଆ ଖରାରେ ଶୋଇ ଥିବା ବେଳେ କେତେକ ପିଲା ଏହାକୁ ଦେଖି ପାଟି କରିବାରୁ କୁମ୍ଭୀର ଟି ସମୁଦ୍ର ର ଲହଡି ମାଡ଼ରେ ଭିତରକୁ ଚାଲି ଯାଇଥିଲା, ତେଣୁ କରି ଏହା ଏକ ସମ୍ବେଦନ ଶିଳ ଘଟଣା ସହ,ସମୁଦ୍ର ରେ ଗାଧୋଇଲେ କୁମ୍ଭୀର କାଳେ ଆକ୍ରମଣ କରିପାରେ ବୋଲି ସନ୍ଦେହ କରି, ବନ ବିଭାଗ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସମୁଦ୍ର ରେ ନ ଗାଧୋଇବା ପାଇଁ ବାରଣ କରିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ