କେଳୁଣୀ ମୁଁହାଣ ତଟରେ ତ୍ରିବେଣୀ ସଙ୍ଗମ ସାହିତ୍ୟ ସମାରୋହ
ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର କେଳୁଣୀ ମୁଁହାଁଣ ତଟରେ ରବିବାର ଦିନ ତ୍ରିବେଣୀ ସଙ୍ଗମ ସାହିତ୍ୟ ସମାରୋହ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ଉତ୍ସବ କୁ ପ୍ରାରମ୍ଭ ରେ ପୂର୍ବତନ ବିଧାୟକ ବାଇଧର ମଳିକ, ଅସ୍ତରଙ୍ଗ ବ୍ଲକ ଆଧ୍ୟକ୍ଷା ଆରତୀ ନାଏକ,ଶାଂସଦ ପ୍ରତିନିଧି ଦିବାକର ଛାଟୋଇ,ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଵା ପରେ, ସାହିତ୍ୟ ଓ ସଂସ୍କୃତି ବଂଚିବା ପାଇଁ ସରକାର ନେଇଥିବା ବିଭିର୍ଣ୍ଣ କାର୍ଯ୍ୟକ୍ରମ ଉପରେ ଟିପଣି ଦେବା ସହ ଭାଷା ବଞ୍ଚିଲେ ସାହିତ୍ୟ ବଂଚିବ ବୋଲି ପ୍ରକାଶ କରିଥିଲେ l ସାହିତ୍ୟ ର ପ୍ରଚାର ପ୍ରଶାର ପାଇଁ ତ୍ରିବେଣୀ ସଙ୍ଗମ ସାହିତ୍ୟ ସମାରୋହ କେଳୁଣୀ ମୁଁହାଣ ତଟରେ ଯେଉଁ ମାନେ ଆୟୋଜନ କରିଛନ୍ତି ତାଙ୍କୁ ଭୂୟସି ପ୍ରଂଶଷା କରିଥିଲେ l ପରେ ରାଜ୍ୟର ବିଭିର୍ଣ୍ଣ କୋଣ ଅନୁକୋଣ ରୁ ଆସିଥିବା କବି, କବୟତ୍ରି, ସମାଜସେବୀ, ସଂକ୍ରିତନ ମଣ୍ଡଳୀ, ପାଲା କଳାକାର, ଗଣ ମାଧ୍ୟମ ପ୍ରତିନିଧି ମାନକୁ ତାଙ୍କର ଉଲେଖ ନୀୟ କୃତିତ୍ୱ ପାଇଁ ସନମାନିତା କରା ଯାଇଥିଲା l
ସେହିପରି ଦ୍ୱିତୀୟ ଅଧିବେଶନ ର ମୁଖ୍ୟ ଅତିଥି ଥିଲେ ସମାଜସେବୀ ଅମୀୟ କୁମାର ପଟନାୟିକ, ସମ୍ମାନିତ ଅତିଥି ଥିଲେ, ବେଳାଭୂମି ସାହିତ୍ୟ ସଂସଦ ର ସମ୍ପାଦକ ଦୁଃସାଶନ ନାୟକ ଓ ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ଦଳାଇ ବ୍ୟଙ୍ଗ କବି ସମ୍ପଦ ରଥ l କିଛି କବି ତାଙ୍କର କବିତା ପାଠ କରିଥିବା ବେଳେ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ର ସଭାପତି ଭାବେ ବିଶ୍ଵରଞ୍ଜନ ବିଶ୍ଵଶ୍ରୀ ରହିଥିବା ବେଳେ, କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶୋଭାକର ବେହେରା,ହୃଦାନନ୍ଦ ସସମାଲ, ଦେବେନ୍ଦ୍ର ବିଶ୍ୱାଳ ପ୍ରମୁଖ

