ଭାରତ ପରେ ଏବେ ପାକିସ୍ତାନ ; ବିସ୍ଫୋରଣରେ ଭୟଭୀତ ପାକ
ଇସଲାମାବାଦ,୨୪।୧୧: ଭାରତ ପରେ ଏବେ ପାକିସ୍ତାନ ଉପରେ ହେଲା ବିସ୍ଫୋରଣ | ଆଜି ସକାଳେ ପାକିସ୍ତାନର ପେଶାୱରରେ ଥିବା ଫେଡେରାଲ କନଷ୍ଟାବୁଲରୀ (FC) ମୁଖ୍ୟାଳୟ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଗୁଳି ବିନିମୟ ଶୁଣି ପୋଲିସ ଏବଂ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ।
ପେଶାୱରର ଅନେକ ବାସିନ୍ଦା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି| ସେ କହିଛନ୍ତି ଯେ, ସେମାନେ FC ମୁଖ୍ୟାଳୟରୁ ବୋମା ବିସ୍ଫୋରଣ ପରି ଏକ ଜୋରଦାର ଶବ୍ଦ ଶୁଣିଥିଲେ। ଏହାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି | ଏହି ଘଟଣାର ସତ୍ୟାସତ୍ୟକୁ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ଜିଓ ଟିଭି ଅନୁଯାୟୀ, ଆଜି ସକାଳ ୮ଟା୧୦ରେ ପେଶାୱରରେ ଥିବା ଫେଡେରାଲ କନଷ୍ଟାବୁଲରୀ (FC) ମୁଖ୍ୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା। ଏହି ଘଟଣା ପରେ, ସୁନହେରି ମସଜିଦ ରୋଡକୁ ବନ୍ଦ କରିଦିଆଯାଇଥିଲା | ଏହାର ସୁରକ୍ଷା ପାଇଁ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ, ଆକ୍ରମଣ ସମୟରେ ଦୁଇଟି ବିସ୍ଫୋରଣ ହୋଇଥିଲା| ଏହି ଆକ୍ରମଣକାରୀମାନେ ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ।
ପୋଲିସ ଏବଂ ସୁରକ୍ଷା ବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ।ଏହି ଆକ୍ରମଣରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ସୂତ୍ର ଅନୁଯାୟୀ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ମୁଖ୍ୟାଳୟ ଫାଟକରେ ନିଜକୁ ଉଡ଼ାଇ ଦେଇଥିଲା | ତା’ପରେ ଗୁଳି ବିନିମୟ ହୋଇଥିଲା।
ସୋସିଆଲ ମିଡିଆରେ ଅନେକ ୟୁଜର୍ସ ମଧ୍ୟ ଏହି ଘଟଣା ଦେଖିଥିବା ଦାବି କରିଛନ୍ତି। ରିପୋର୍ଟ ଅନୁଯାୟୀ, ପାକିସ୍ତାନର ପେଶାୱରରେ ଥିବା ଫ୍ରଣ୍ଟିୟର୍ କର୍ପସ (FC) ମୁଖ୍ୟାଳୟ ଉପରେ ଆକ୍ରମଣ ହୋଇଛି। ଏହି ଘଟଣା ସେହି ସମୟରେ ଘଟିଥିଲା ଯେତେବେଳେ ସେହି ଅଞ୍ଚଳରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଅନଲାଇନରେ ପ୍ରସାରିତ ଅନେକ ଭିଡିଓରେ ନିରନ୍ତର ଗୁଳିବର୍ଷାର ଶବ୍ଦ ମଧ୍ୟ ଦେଖାଯାଉଛି।

