Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘଦିନର ଦିନର ଅପେକ୍ଷା ଶେଷ; ଆଜି ହେବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି

ଭୁବନେଶ୍ବର;୨୪|୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଆଜି ଜନ ଅଭିଯୋଗ ଶୁଣାଣି ହେବାକୁ ଯାଉଛି। ସକାଳ ୧୦ଟା ୩୦ରୁ ଭୁବନେଶ୍ବର ୟୁନିଟ-୨ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ)ରେ ମୁଖ୍ୟମନ୍ତ୍ରୀ ଜନଶୁଣାଣି। ଗତ ସେପ୍ଟେମ୍ବର ୮ରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ | ସେମାନେ ଆଉ ପୁନଃ ପଞ୍ଜୀକରଣ କରିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି।

ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ଯେ ସେପ୍ଟେମ୍ବର ୮ ତାରିଖ ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀ ସେମାନଙ୍କ ପ୍ରାପ୍ତି ସ୍ବୀକାରପତ୍ର, ବ୍ୟକ୍ତିଗତ ପରିଚୟପତ୍ର ତଥା ଆବେଦନ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବେ | ସୂଚନା ଅନୁଯାଇ, ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଗତ ଅଗଷ୍ଟ ୧୧ରେ ଅନୁଷ୍ଠିତ ହୋଇଥିଲା। ଏହାପରେ ବିଭିନ୍ନ କାରଣରୁ ସୋମବାର ହେଉଥିବା ଏହି ଅଭିଯୋଗ ଶୁଣାଣି ବନ୍ଦ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ