Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ ବର୍ଷର ଛୁଆ କାନକୁ କାମୁଡ଼ି ଦେଲା ଘରୋଇ କୁକୁର; କାମୁଡ଼ା ପାଇଁ ହରାଇଲେ ଶ୍ରବଣ ଶକ୍ତି

ନୂଆଦିଲ୍ଲୀ;୨୫|୧୧: ଜାତୀୟ ରାଜଧାନୀରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା | ରବିବାର ଅପରାହ୍ଣରେ ସ୍କୁଲ ଛୁଟିଥିବାରୁ ଘର ଆଗରେ ଖେଳି ବୁଲୁଥିଲା ଏକ ୬ ବର୍ଷର ଛୁଆ । ଆଉ ସେହି ଖେଳୁଥିବା ସମୟରେ ଏହି ଅଘଟଣ ଘଟିଛି | ପିଲାଟି ଖେଳଥିବା ସମୟରେ ହଠାତ୍ ମାଡି ଆସିଲା ଗୋଟେ କୁକୁର। କିଛି କ୍ଷଣ ମଧ୍ୟରେ ଛୁଆଟିକୁ ଆକ୍ରମଣ କରି ଲହୁଲୁହାଣ କରିଦେଲା । ଛୁଆକୁ କୁକୁର ଏତେ ଭୟଙ୍କର ଭାବରେ କାମୁଡ଼ିଲା ଯେ ସେ ଛୁଆକୁ ଛଡ଼ାଇବା ପାଇଁ କୁକୁର ମୁହଁରୁ ଦୁଇଜଣ ଲାଗିଗଲେ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପ୍ରେମ ନଗରରେ ରବିବାର ଅପରାହ୍ଣ ୩ଟାରେ ଏକ କୁକୁର କାମୁଡ଼ାରେ କାନ ହରାଇଛି ୬ ବର୍ଷର ଛୁଆ | ଏବେ ଚାଲି ଯାଇଛି ଶ୍ରବଣ ଶକ୍ତି । ଆଉ ଏହି ମାମଲାର ତଦନ୍ତ ପାଇଁ କୁକୁର ମାଲିକକୁ ସୋମବାର ପୋଲିସ ଗିରଫ କରିଛି । ସୂଚନା ଅନୁଯାଇ, ଉତ୍ତରପଶ୍ଚିମ ଦିଲ୍ଲୀର ପ୍ରେମ ନଗର ଅଞ୍ଚଳରେ ଥିବା ବିନୟ ଏନକ୍ଲେଭରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି । ଛୁଆଟି ଘର ଆଗରେ ଖେଳୁଥିବା ବେଳେ ପଡ଼ୋଶୀଙ୍କ କୁକୁର ଦୌଡ଼ି ଆସି ଆକ୍ରମଣ କରିଥିଲା । ଏହି କୁକୁରଟି ପଡ଼ୋଶୀ ରାଜେଶ ପାଲଙ୍କର । ରାଜେସ ଜଣେ ଟେଲର୍ ବୋଲି ଜଣାପଡ଼ିଛି ।

ଛୋଟ ଛୁଆକୁ କୁକୁର କାମୁଡ଼ିବା ନେଇ ପ୍ରତିକ୍ରିୟା ରଖିଛି ଦିଲ୍ଲୀ ମହାନଗର ନିଗମ (MCD) । ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କୁହାଯାଇଛି- “କୁକୁରଟି ଛୁଆଟିର ଡାହାଣ ପାର୍ଶ୍ଵ କାନକୁ କାମୁଡ଼ି ଦେଇଛି । ଘଟଣା ପରେ କୁକୁରଟିକୁ ସବୁଦିନ ପାଇଁ ପଶୁ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରକୁ ନିଆଯାଇଛି ।”

ଏନେଇ ପ୍ରେମ ନଗର ଥାନା ପୋଲିସକୁ ସନ୍ଧ୍ୟା ୫ଟା ୩୮ରେ ଫୋନ୍‌ ଯୋଗେ ଅଭିଯୋଗ କରାଯାଇଛି । କୁକୁର ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କୁକୁର ଠାରୁ ଛୁଆକୁ ଛଡ଼ାଇବାକୁ ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତି ଉଦ୍ୟମ କରୁଥିଲେ । ଆଉ କୁକୁର ଛାଡ଼ିବା ମାତ୍ରେ ଛୁଆକୁ ରୋହିଣୀର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ପରେ ସଫଦରଜଙ୍ଗ ସ୍ଥାନାନ୍ତର କରାଯାଇଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ପ୍ରାୟ ଦେଢ଼ ବର୍ଷ ହେଲା ରାଜେଶ ପାଲଙ୍କ ପୁଅ ସଚିନ କୁକୁରଟିକୁ ରଖିଥିଲେ । ଏବେ ପୋଲିସ କୁକୁର ମାଲିକକୁ ହତ୍ୟା ଅଭିଯୋଗରେ ଗିରଫ କରିଛି । ସଚିନ ବିରୋଧରେ ଆଇପିସି ଧାରା ୩୦୭ରେ ମାମଲା ରୁଜୁ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ