Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମିବାଡି ଗଣ୍ଡୋଗଳକୁ ନେଇ ଶଳା ଭାଉଜକୁ ମରଣାନ୍ତକ ଆକ୍ରମଣ….ଅଭିଯୁକ୍ତକୁ କୋର୍ଟ ଚାଲାଣ….

ଲକ୍ଷ୍ମୀପୁର.୨୨।୦୫ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଫଟାକାକୁଡି ଗାଁର ଗୋପି ହିକକା ନାମକ ବ୍ୟକ୍ତି ଜମିବାଡି କୁ କେନ୍ଦ୍ର କରି ନିଜର ଶଳା ଭାଉଜକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଗାଁରେ ଏକ ଜମିବାଡି ଘଟଣାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।ଗୋପି ତାଙ୍କ ଶଳାଭାଉଜ ସୁନାଦେଇ ମିଣିଆକା ଙ୍କୁ କୁରାଡି ରେ ଆକ୍ରମଣ କରିଥିଲେ।ଆକ୍ରମଣ ଶିକାର ହୋଇଥିବା ସୁନାଦେଇ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗାଁ ରେ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରିବା ସହ ଗାଁ ର କିଛି ଲୋକଙ୍କୁ ପଚରା ଉଚୁରା କରିଥିଲା।ଗାଁ ରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ କୁରାଡି ଯବତ କରିଥିଲା।ଏନେଇ ଥାନା କେସ ନଂ ୫୭/୨୩ ଦଫା ୟୁଏସ /୨୯୪/୩୨୪ ୩୭ /୫୦୬ ଆଇପିସିରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ଵେତପଦ୍ମା ସେଠ୍ ପ୍ରକାସ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ