Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜମି ଦୁର୍ନୀତିର ତଦନ୍ତ ପ୍ରତିଶ୍ରୁତି ପରେ ଆମରଣ ଅନଶନ ପ୍ରତ୍ୟାହୃତ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ତହସିଲ କାର୍ଯ୍ୟଳୟ ରେ ବିଗତ ଦିନରେ ବ୍ୟାପକ ଜମି ଦୁର୍ନୀତି ହୋଇଥିବା ସମ୍ପର୍କରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ l ତେବେ ଏ ସମ୍ପର୍କରେ କୃଷ୍ଣ ପାଲି ଗ୍ରାମର ଅହିରାଜ ହୋତା ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ l ଶ୍ରୀ ହୋତା ଙ୍କୁ ସମର୍ଥନ ଜଣାଇ ଅନେକ ବ୍ୟକ୍ତି ଅଣସନ ରେ ସାମିଲ ଥିଲେ l ପ୍ରଶାସନ ପକ୍ଷରୁ ବୀର ମହାରାଜପୁର ତହସିଲଦାର ବିବୁଧ ଗଡନାୟକ ଓ ଅତିରିକ୍ତ ତହସିଲଦାର ସ୍ଵାଗତ ପଣ୍ଡା ପହଞ୍ଚି ଶ୍ରୀ ହୋତା ଙ୍କ ସହ ଆଲୋଚନା କରିଥିଲେ l ଦୁଇ ମାସ ମଧ୍ୟରେ ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ପ୍ରଦାନ ପରେ ଅନଶନ ପ୍ରତ୍ୟାହାର କରି ଥିଲେ l