Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା; ଗୁଳିମାଡ ଶବ୍ଦରେ କମ୍ପିଲା ହ୍ବାଇଟ୍ ହାଉସ

ୱାସିଂଟନ ଡିସି ;୨୭|୧୧: ଆମେରିକାରେ ଖେଳିଲା ଆତଙ୍କ | ଆମେରିକା ହ୍ବାଇଟ୍ ହାଉସ ନିକଟରେ ଫୁଟିଲା ଗୁଳି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭବନରୁ କିଛି ବ୍ଲକ ଦୂରରେ ଏହି ଗୁଳିକାଣ୍ଡର ଶବ୍ଦ ଶୁଣିବାକୁ ମିଳିଛି | ଏହି ଦୁର୍ଘଟଣାରେ ୟୁଏସ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡର ଦୁଇ ଜଣ କମାଣ୍ଡୋ ସମେତ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଘଟଣାସ୍ଥଳରୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଗୁଳିମାଡ କରିଥିବା ବ୍ୟକ୍ତିକୁ ଗିରଫ କରାଯାଇଛି। ଏନେଇ ଏଫବିଆଇ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସୂଚନା ମୁତାବକ , ସ୍ଥାନୀୟ ସମୟ ଅନୁଯାଇ ୨ଟା ୧୫ରେ ଏନଏସଜିଙ୍କ ଉପରେ ଗୁଳିମାଡ ହୋଇଥିଲା। ହ୍ୱାଇଟ୍ ହାଉସ୍ ନିକଟରେ ଏହି ଘଟଣା ଘଟିଥିଲା। ଆକ୍ରମଣ କରିଥିବା ବ୍ୟକ୍ତି ହେଲା ଆଫଗାନିସ୍ତାନର ରହମାନୁଲହା ଲକନଓ୍ୱାଲ। ସେ ୨୦୨୧ରେ ଆମେରିକା ଆସିଥିଲା।

ସେପଟେ ଏହି ଘଟଣାକୁ ନେଇ ହାଇ ଆଲର୍ଟରେ ରହିଛି ୱାଶିଂଟନ ଡିସି ପୋଲିସ। ଏହି ଘଟଣାକୁ ସଫଳ କରିବା ବିଧିବଦ୍ଧ ଭାବରେ ପୂର୍ବରୁ ଯୋଜନା କରାଯାଇଥିଲା | ଏହି ଘଟଣାକୁ ସଫଳ ରୂପ ଦେବା ପାଇଁ ଓ୍ୱାସିଂଟନରେ ଅତିରିକ୍ତ ୫୦୦ କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ଆମେରିକାର ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଘଟଣାକୁ ଏକ ଆତଙ୍କବାଦୀ ଘଟଣା ଭାବରେ ତଦନ୍ତ କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୋଷୀଙ୍କୁ ଛଡାଯିବ ନାହିଁ।

ସୂଚନାଯୋଗ୍ୟ. ହ୍ୱାଇଟ୍ ହାଉସ ହେଉଛି ଆମେରିକାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବାସ। ଏଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁହନ୍ତି। ଏଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ଗୁଳିମାଡ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପରଠାରୁ ହ୍ୱାଇଟ୍ ହାଉସର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ