Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋତା ଅବସ୍ଥାରେ ନବଜାତ ଶିଶୁ ଉଦ୍ଧାର

ଖଡ଼ିଆଳ : ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସପ୍ତାହିକ ବଜାର ପଡା ଠାରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଟିରେ ପୋତାଯାଇଥିବା ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁପୁତ୍ରର ଚିକିତ୍ସା ପରେ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରାଯାଇଛି। ନବଜାତ ଶିଶୁ ପୁତ୍ରକୁ କୃଷି ଫାର୍ମ ନିକଟରେ ଲାଲ କନା ଗୁଡ଼ାଇ ମୁଣ୍ଡକୁ ଛାଡି ମାଟି ତଳେ ପୋତା ଯାଇଥିଲା। ସେହି ସ୍ଥାନରୁ ଶିଶୁର କାନ୍ଦିବା ଶୁଣି ପଡାର ଦ୍ଵିତୀୟା ଶବର ଶିଶୁଟିକୁ ଉଦ୍ଧାର କରିଥିଲେ। ପରେ ପଡାର ମହିଳାମାନେ ରୁଣ୍ଡ ହୋଇ ଘରକୁ ଆଣିଥିଲେ। ପରେ ସେହି ନବଜାତ ଶିଶୁ ପୁତ୍ର କୁ ଅନ୍ୟ ଜଣେ ବ୍ୟକ୍ତି ନେଇ ଯାଇଥିଲେ। ଖବର ପାଇ ଖଡ଼ିଆଳ ପୋଲିସ ପହଞ୍ଚି ଶିଶୁ ପୁତ୍ରକୁ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ। ପରେ ଶିଶୁ ସୁରକ୍ଷା ସମିତିକୁ ଶିଶୁପୁତ୍ରକୁ ହସ୍ତାନ୍ତର କରାଯାଇଛି ବୋଲି ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି କହିଛନ୍ତି। ସେହିପରି ଶିଶୁ ସୁରକ୍ଷା ସମିତି ଅଧକ୍ଷ ଡ଼ଃ. ଫନିନ୍ଦମ ଦେଓଙ୍କୁ ଯୋଗାଯୋଗ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ