Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଡ ବରଡାକଟା କେନ୍ଦୁପତ୍ର ଫଡି ପୋଡି ଘଟଣା; ସ୍ଥିତି ଅନୁଧ୍ୟାନ କଲେ ବିଭାଗୀୟ ଅଧିକାରୀ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ବଡବର୍ଡାକଟା କେନ୍ଦୁପତ୍ର ଫଡି କୁ ଗତକାଲି ବିଳମ୍ବିତ ରାତ୍ରୀରେ କେହି ଦୁର୍ବୁତ୍ତ ଜାଳି ଦେଇଛି।ଫଳରେ କେନ୍ଦୁପତ୍ର ଫଡିରେ ଥିବା ସମସ୍ତ କେନ୍ଦୁପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି। ସୋମବାର ଦିନ କେନ୍ଦୁପତ୍ର ବିଭାଗର ସମ୍ବଲପୁର ଆରସିସିଏଫ ଟି.ଅଶୋକ କୁମାର, ରେଢାଖୋଲ ଡିଏଫଓ ବସିଲ ବରାଳ, ଏସିଏଫ ରୁପଚାନ୍ଦ ଦୋରା, ବହଳପଦର କେନ୍ଦୁପତ୍ର ରେଞ୍ଜ ଅଧିକାରୀ ସର୍ବେଶ୍ବର ବେହେରା ଙ୍କ ସମେତ ଫରେଷ୍ଟରମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକଳନପରେ ସେଠାରେ ଥିବା ପ୍ରାୟ ୧ଲକ୍ଷ ୫୦ ହଜାର ୩୫୦ କେରି କେନ୍ଦୁପତ୍ର ଜଳି ପୋଡି ନଷ୍ଟ ହୋଇଯାଇଥିବା ଜଣା ପଡିଛି।ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ୧୦ହଜାର ୪୧୦ଟଙ୍କା ହେବ ବୋଲି ଜଣାପଡିଛି । ପରେ କେନ୍ଦୁପତ୍ର ବିଭାଗ ତରଫରୁ ସୁବଳୟା ଥାନାରେ କେସ ନଂ ୭୫ /୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀଣୀ ଅଞ୍ଜଳି କୁମ୍ଭାର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଗତବର୍ଷ ମଧ୍ୟ ବଡବର୍ଡାକଟା କେନ୍ଦୁପତ୍ର ଫଡିରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିଲା। ଲଗାତାର ଭାବେ ଉକ୍ତ ଫଡି କୁ ପୋଡି ଦେଉଥିବାରୁ ବିଭାଗ ମଧ୍ୟ ଏହାକୁ ଗୁରୁତ୍ବ ଦେଇଛି।