Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟପାଳଙ୍କ ସରକାରୀ ଆବାସର ହେବ ନାମ ପରିବର୍ତ୍ତନ ; ରାଜଭବନ ବଦଳରେ ଲୋକଭବନ

ଭୁବନେଶ୍ୱର;୨|୧୧: ରାଜ୍ୟପାଳଙ୍କ ସରକାରୀ ଆବାସର ହେବ ନାମ ପରିବର୍ତ୍ତନ | ଦେଶର କିଛି ରାଜ୍ୟରେ ଏବେ ରାଜ୍ୟପାଳଙ୍କ ସରକାରୀ ଆବାସକୁ ଆଉ ରାଜଭବନ କୁହାଯାଇପାରିବ ନାହିଁ । ଏହାର ନାମ ପରିବର୍ତ୍ତନ କରି ଏବେ ଏହାକୁ ରାଜଭବନ ବଦଳରେ ଲୋକଭବନ କୁହାଯିବ । ସେହିଭଳି ପୁରୀ ଆଉ ଭୁବନେଶ୍ୱରରେ ରହିଥିବା ରାଜଭବନର ଏବେ ନାଁ ବଦଳିଛି । ଦୁଇ ରାଜଭବନ ଏବେ ବିଧିବଦ୍ଧ ଭାବେ ଲୋକଭବନରେ ପରିଗଣିତ ହେବ । ଏନେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି ସୂଚନା ଦେବଇଛନ୍ତି | ଏହାକୁ ନେଇ ରାଜଭବନ ସଚିବାଳୟ ତରଫରୁ ମଧ୍ୟ ବିଜ୍ଞପ୍ତି ଜାରି ହେଇଛି ।

ପୂର୍ବରୁ ବିଜେଡି ଦଳ ଶାସକ ଦଳ ଥିବା ସମୟରେ ଏହାର ନାମ ପରିବର୍ତ୍ତନ ହୋଇଥିଲା | ସେତେବେଳେ ସଚିବାଳୟ ବଦଳରେ ଏହାକୁ ଲୋକସେବା ଭବନରେ ନାମିତ କରାଯାଇଥିଲା । ସେହିପରି ସଚିବାଳୟ ସାମ୍ନା ରାସ୍ତାକୁ ମଧ୍ୟ ସଚିବାଳୟ ମାର୍ଗ ବଦଳରେ ଲୋକସେବା ମାର୍ଗ କୁହାଯାଇଥିଲା । ଯାହାପରେ ଦୀର୍ଘ ବର୍ଷ ଧରି ଯେଉଁ କୋଠା ସେକ୍ରେଟେରିଏଟ୍ ନାଁରେ ପରିଚିତ ଥିଲା, ସେହି କୋଠା ହୋଇଯାଇଥିଲା ଲୋକସେବା ଭବନ ।

ଏହି ପରିବର୍ତ୍ତନ କେବଳ ରାଜ୍ୟରେ ନୁହେଁ ଠିକ ଏହିଭଳି ପରିବର୍ତ୍ତନ କେନ୍ଦ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ମୋଦୀ ସରକାର ଦିଲ୍ଲୀରେ ରାଜପଥର ନାଁ ପରିବର୍ତ୍ତନ କରିଥିଲେ । ଯାହାକୁ ରାଜପଥ ବଦଳରେ କର୍ତ୍ତବ୍ୟ ପଥ ବୋଲି ନାମିତ କରାଯାଇଥିଲା । ସେହିପରି କେନ୍ଦ୍ର ସଚିବାଳୟର ନାଁକୁ ମଧ୍ୟ କର୍ତ୍ତବ୍ୟ ଭବନ ଭାବରେ ନାମିତ କରାଯାଇଛି । ଯେଉଁଥିରେ କି ଅନେକ ମନ୍ତ୍ରାଳୟ ନିଜ ନିଜର କାମ ଜାରି ରଖିଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସକୁ ସେଭେନ୍ ରେସକୋର୍ସ ରୋଡ୍ ବୋଲି କୁହାଯାଉଥିଲା । ହେଲେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ରେ ଏହାର ମଧ୍ୟ ନାମ ପରିବର୍ତ୍ତନ କରିଥିଲେ । ସେଭେନ୍ ରେସକୋର୍ସ ରୋଡ୍ ବଦଳରେ ସେତେବେଳେ ଏହାକୁ ଲୋକ କଲ୍ୟାଣ ମାର୍ଗ ନାଁରେ ନାମିତ କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ସେବା ଆଉ କଲ୍ୟାଣ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories