Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ୱିନ ସିଟିରେ ବଢ଼ିଲା ସୁରକ୍ଷା; ଷ୍ଟାଡିୟମ ଭିତରକୁ ଏହି ତିନୋଟି ଜିନିଷ ମନା! କଣ ଜାଣନ୍ତୁ…

ଭୁବନେଶ୍ୱର,୩ା୧୨: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ସାଉଥ୍‌ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ସୁରକ୍ଷା ପ୍ରସ୍ତୁତି ଆରମ୍ଭ ହୋଇଛି | କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର କମିଶନରେଟ ପୋଲିସ ଅଧୀନତ୍ଵରେ ବିଭିନ୍ନ ବିଭାଗକୁ ନେଇ ପୋଲିସ ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ତେବେ ଖେଳାଳିଙ୍କ ସୁରକ୍ଷା, ରହଣି ଏବଂ ମ୍ୟାଚ୍‌ ସମୟରେ କୌଣସି ପ୍ରକାରର ବିଶୃଙ୍ଖଳା ନ ଘଟେ, ସେଥିପ୍ରତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। କ୍ରୀଡ଼ା ବିଭାଗ, ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସମେତ ବିମାନବନ୍ଦର କର୍ତ୍ତୃପକ୍ଷ, କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ, ମୁଖ୍ୟ ଇଞ୍ଜିନିୟର, ମେ’ ଫେୟାର ହୋଟେଲ କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌ ଓ ଓଡ଼ିଶା କ୍ରିକେଟ ଆସୋସିଏଶନ କର୍ମକର୍ତ୍ତା ମନ ଏହି ବୈଠକରେ ସାମିଲ ହୋଇଥିଲେ । ଖେଳାଳିମାନେ ୮ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଖେଳାଳିମାନେ ଏୟାରପୋର୍ଟ ଛକ, ଏଜି ଛକ ପରେ ଲୋକ ଭବନ ଦେଇ ସିଧା ମେ’ ଫେୟାର ହୋଟେଲରେ ପହଞ୍ଚିବାର ରହିଛି । ପରେ ସନ୍ଧ୍ୟାରେ ବାରବାଟୀ ଯାଇ ଖେଳ ଅଭ୍ୟାସ କରି ପୁଣି ରାତିରେ ଫେରି ମେ ଫେୟାର ହୋଟେଲରେ ରହିବେ। ୯ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଖେଳାଳିମାନେ ପୁଣି କଟକ ଅଭିମୁଖେ ବାହାରିବେ।

ଖେଳାଳି ମାନଙ୍କ ସମ୍ପୂର୍ଣ୍ଣ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦର, ମେ ଫେୟାର ହୋଟେଲ, ଫ୍ୟାନ୍‌ ଜୋନ ଏବଂ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ। ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇଛି। ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଦାୟିତ୍ୱ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ତଦାରଖ କରୁଛନ୍ତି। ଏହି ବୈଠକରେ ପୋଲିସ କମିଶନର ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଟ୍ରାଫିକ ଡିସିପି ତପନ କୁମାର ମହାନ୍ତି, ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ, ସିଆଇଏସ୍‌ଏଫ୍‌ର କମାଣ୍ଡାଣ୍ଟ ରାକେଶ ଚୌଧୁରୀ ଏବଂ ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସଚିବ ଅଭିଜିତ ପଲ୍‌ ଇତ୍ୟାଦି ବୈଠକରେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ