Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆରମ୍ଭ ‘ଟି-୨୦’ ପାଇଁ ଅଫଲାଇନ ଟିକେଟ ବିକ୍ରି; ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୫|୧୨: ଆସନ୍ତା ୯ରେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ହେବାକୁ ଯାଉଛି କ୍ରିକେଟ ‘ଟି-୨୦’ | ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି | ତେବେ ଖେଳ ପାଇଁ ଆଜିଠୁ ଆରମ୍ଭ ହୋଇଛି ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି। ଘଣ୍ଟାଏ ବିଳମ୍ବରେ ଖୋଲିଲା କାଉଣ୍ଟର । ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ କାଉଣ୍ଟରରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି | ରାଜ୍ୟ ତଥା ରାଜ୍ୟ ବାହାରୁ କ୍ରିକେଟ ପ୍ରେମୀଙ୍କ ଗହଳି ଦେଖାଦେଇଛି । ସ୍ପେଶାଲ କାଉଣ୍ଟରରେ ଟିକେଟ କାଟିବେ ମହିଳା । ୬ଟି କାଉଣ୍ଟରରେ ୧୦ ହଜାର ଟିକେଟ ବିକ୍ରି କରାଯିବ।

ଏବେଠୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଲୁହାର ବାରିକେଡ କରାଯାଇଛି । ଜଣେ ବ୍ୟକ୍ତି ଅତି ବେଶିରେ ଦୁଇଟି ଟିକେଟ ନେଇପାରିବେ। ଦର୍ଶକ ଧାଡିରେ ଆସି ନିଜର ପରିଚୟ ପତ୍ର ଦେଖାଇ ଦୁଇଟି ଟିକେଟ କିଣିପାରିବେ । ଆସନ୍ତା ୯ ତାରିଖରେ ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ ହେବାକୁ ଯାଉଛି ।

ଏଥର ବାରବାଟୀରେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ‘ଟି-୨୦’ କିଛି ନୂଆ ହେବାକୁ ଯାଉଛି | ଦର୍ଶକ ଏବଂ କ୍ରିକେଟ ଟିମ ପାଇଁ ଏକ ସ୍ୱତନ୍ତ୍ର ଅନୁଭବ ଆଣିଦେବ | କାରଣ ବାରବାଟୀରେ ପ୍ରଥମ ଥର ପାଇଁ ରେଡ୍ ସଏଲ୍ ବା ନାଲି ମାଟି ପିଚ୍‌ରେ ଖେଳାଯିବ ଏହି ଅନ୍ତର୍ଜାତୀୟ ମ୍ୟାଚ୍ । ପୂର୍ବବର୍ଷ ମୁମ୍ୱାଇରୁ ନାଲି ମାଟି ଆଣି କଟକ ବାରବାଟୀ ଷ୍ଟାଡିୟମର ୪ ନମ୍ୱର ପିଚ୍ ତିଆରି କରାଯାଇଛି । ଏପଟେ ଖେଳ ଦେଖିବାକୁ କ୍ରିକେଟ ପ୍ରେମୀଙ୍କର କାଉଣ୍ଟର ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ