Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ କାର୍ଯ୍ୟକ୍ରମ

ତରଭା ବ୍ଲକ ସଭାଗୃହ ଠାରେ ମଙ୍ଗଳବାର ଜିଲ୍ଲା ଆଇନ ସେବା ପ୍ରାଧିକରଣ,ସୁବର୍ଣ୍ଣପୁରଙ୍କ ଦ୍ଵାରା କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଭିନ୍ନକ୍ଷମ ମାନଙ୍କର ଅଧିକାର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁରର ସଚିବ କୁମୁଦିନୀ ମୁଦୁଲି ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ଭିନ୍ନକ୍ଷମ ମାନେ ଅକ୍ଷମ ନୁହନ୍ତି ସେମାନେ ଭିନ୍ନ ଭାବରେ ସକ୍ଷମ ଅଟନ୍ତି ବୋଲି ପ୍ରକାଶ କରିଥିଲେ। ସୋନପୁର ଉପଖଣ୍ଡ ପୋଲିସ ଅଧିକାରୀ ପୁଷ୍ପାଞ୍ଜଳି ନୀଙ୍ଗି କାର୍ଯ୍ୟକ୍ରମରେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ଯେଉଁ ମାନେ କାମ କରୁଛନ୍ତି ସେମାନେ ସ୍ଵତନ୍ତ୍ର ସୁଯୋଗ ପାଉଛନ୍ତି ସେବା କରିବା ପାଇଁ, ତେଣୁ ସୁଯୋଗର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସରକାରୀ ଯୋଜନା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଶ୍ରୀଯୁକ୍ତ ଷଡ଼ଙ୍ଗୀ ଭିନ୍ନକ୍ଷମ ମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ମାନଙ୍କର ସହଭାଗିତାର ଉଚ୍ଚ ପ୍ରଶଂସା କରିଥିଲେ l ରେଆର୍, ସୋନପୁର ଉପଦେଷ୍ଟା ଗୌରୀଶ୍ୟାମ ପଣ୍ଡା ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ଅଙ୍ଗନବାଡି କର୍ମୀ ମାନଙ୍କୁ ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ସଫଳ ରୂପାୟନ କରିବାରେ ତାଙ୍କର ଭୂମିକାର ଉଚ୍ଚ ପ୍ରଶଂସା କରିଥିଲେ l କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ତରଭାର ସମସ୍ତ ସୁପରଭାଇଜର , ବିଭିନ୍ନ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଆଶା କର୍ମୀ ଏବଂ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତିନି ଜଣ ଭିନ୍ନକ୍ଷମ ତାରାକାନ୍ତ କୁଅଁର, ମହାଦେଇ ନାଏକ ଏବଂ କିଆଫୁଲ ମହାକୁରଙ୍କୁ ୱାକିଙ୍ଗ ଷ୍ଟିକ ଏବଂ ଝାରତରଭାର ଯମୁନା ରଣା ଙ୍କୁ ହ୍ବିଲ ଚେୟାର ପ୍ରଦାନ କରାଯାଇଥିଲା। ତରଭା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣର କନିଷ୍ଠ ସହାୟକ ବିନ୍ଦୁସାର ମହାପାତ୍ର ଏବଂ କେଶବ ଗୁରୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ