Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ଦେହ ଘେରରେ ଯୁବ ଇଞ୍ଜିନିୟର ରହିମ୍ ଙ୍କ ମୃତ୍ୟୁ ;ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ କେନ୍ଦୁପାଲି ଗ୍ରାମର ଯୁବ ଇଲେକ୍ଟ୍ରିକାଲ ଇଞ୍ଜିନିୟର ରହିମ ମେହେରଙ୍କ ମୁମ୍ବାଇ ର ଥାଣେ ଅଞ୍ଚଳରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଦୀନବନ୍ଧୁ ମେହେର ଙ୍କ ପୁଅ ରହିମ ମେହେର(୨୬)।
ସୂଚନାମତେ କେନ୍ଦୁପାଲି ଗ୍ରାମରୁ ଯାଇ ଦୀନବନ୍ଧୁ ମେହେରଙ୍କ ପୁଅ ରହିମ ମୁମ୍ବାଇର ଟାଟା ପାୱାରରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେ ଥାଣେ ଅଞ୍ଚଳରେ ରହୁଥିବା ବେଳେ ଶନିବାର ଦିନ ସେଠାରେ ଘରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ଲୋକେ ମୁମ୍ବାଇରେ ତୁରନ୍ତ ପହଞ୍ଚିବା ପରେ ଘର ଭିତରେ ରହିମଙ୍କ ଶବ ଦେଖିଥିଲେ।
ଏ ନେଇ ଥାଣେ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୋଲିସ ମୃତ ଯୁବକଙ୍କ ର ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ପରିବାର ଲୋକେ ମୁମ୍ବାଇରୁ ବିମାନ ଯୋଗେ ଶବ ନେଇ ଭୁବନେଶ୍ବରରେ ପହଞ୍ଚିବା ପରେ ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ କେନ୍ଦୁପାଲି ଫେରିଥିଲେ। ରହିମ ଜଣେ ମେଳାପି ଯୁବକ ଥିବାରୁ ତାଙ୍କ ମୃତ୍ୟୁରେ ଶୋକର ଛାୟା ଚାରିଆଡ଼େ ଖେଳାଇ ଯାଇଛି। ବୁରୋଘାଟ ମହାନଦୀ ସ୍ବର୍ଗଦ୍ବାରରେ ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ବେଳେ ପୁତୁରା ଓମ୍‌ପ୍ରକାଶ ମୁଖାଗ୍ନି ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ