Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରୀଛାତ୍ର ଓ ନିଜ ଦାବିକୁ ନେଇ ବିଧାନସଭା ସମୁଖରେ OAV ଶିକ୍ଷୟିତ୍ରୀ ଶିକ୍ଷକ ଦେଲେ ଧାରଣା ବିଦ୍ୟାଳୟ ପଢିଲା ଖାଲି

ପଟ୍ଟାଙ୍ଗି୦୯/୧୨(ଶରତ କୁମାର ଧଳ)ଛାତ୍ରୀଛାତ୍ର ଏବଂ ନିଜର ଦାବିକୁ ନେଇ ରାଜ୍ୟର ଆଦର୍ଶ ବିଦ୍ୟାଳୟ ଶିକ୍ଷୟିତ୍ରୀ ଶିକ୍ଷକ ବିଧାନସଭା ସମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସି ରହିଥିବା ବେଳେ ସେପଟେ ବିଦ୍ୟାଳୟର ଶ୍ରେଣୀ ଗୃହ ଖାଲି ପଢି ରହିବା ସହ ଛାତ୍ରୀଛତ୍ର ଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ସ୍ଥିତ ଆଦର୍ଶ ବିଦ୍ୟାଳୟ କ୍ଷେତ୍ରରେ । ସୂଚନା ମୁତାବକ ଆଦର୍ଶ ବିଦ୍ୟାଳୟ ମହାସଂଘ ପକ୍ଷରୁ ଦିଆ ଯାଇଥିବା ୧୩ ଦଫା ଦାବି ପୁରଣ ରେ ଜିଲ୍ଲାର ୧୫ ଟି ବିଦ୍ୟାଳୟ ରୁ ୨୦୪ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଂଶଗ୍ରହଣ କରି ଥିବାବେଳେ ସେପଟେ ଆଗକୁ ଦଶମ ଶ୍ରେଣୀ ପରୀକ୍ଷା ରହିଥିବା ରୁ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଶିକ୍ଷକ ଖାଲି ପଢିବା ଦୃଶ୍ୟ କୁ ନେଇ ଚିନ୍ତାରେ ଛାତ୍ରୀ ଛତ୍ର । ଏହିପରି କି ପଟ୍ଟାଙ୍ଗି ବ୍ଲକ୍ ରେ ରହିଥିବା ଦୁଇଟି ବିଦ୍ୟାଳୟ ମଧ୍ୟରୁ ବ୍ଲକ୍ ସଦର ମହକୁମା ରେ ରହିଥିବା ଉକ୍ତ ବିଦ୍ୟାଳୟରେ ରେ ଅଧ୍ୟକ୍ଷ ଦାଇତ୍ଵ ରେ ରହିଥିବା ଶିକ୍ଷୟିତ୍ରୀ ଗାୟତ୍ରୀ ମଲ୍ଲିକ ଓ କନଟ୍ରାଚୁଆଲ୍ ଦୁଇ ଶିକ୍ଷକ ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ ହୋମ୍ ମାର୍କ ଦେଇ ନିଜେ ଏବଂ ପିଅନ ମାନେ ଜଗି ରହିଥିବା ଛଡ଼ା ଅନ୍ୟ କୈଣସି ଉପାୟ ନଥିବା ସହ ତିନି ଶିକ୍ଷୟିତ୍ରୀ ଶିକ୍ଷକ ଙ୍କୁ ଛାଡିଦେଲେ ବିଦ୍ୟାଳୟରେ ଅନ୍ୟ କେହି ଶିକ୍ଷୟିତ୍ରୀ ଶିକ୍ଷକ ନଥିବା ବେଳେ କୋଟିଆ ପଞ୍ଚାୟତ ରେ ରହିଥିବା ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବା କୁ ମିଳିଛି । ଅନ୍ୟପକ୍ଷରେ ଉକ୍ତ ଧାରଣା ପୁର୍ବରୁ ସମସ୍ତ ଶିକ୍ଷକ ମାନେ ଗତ ୨୪ ତାରିଖ ଠାରୁ କଳା ବ୍ୟାଚ୍ ପରିଧାନ କରି ଛାତ୍ରୀ ଛାତ୍ର ଙ୍କୁ ପାଠ ପଢାଇବା ସହ ନିଜ ବିଦ୍ୟାଳୟ ସମ୍ପର୍କରେ ଦାବି ସମ୍ପର୍କିତ ଲିଖିତ ଫ୍ଲାକ୍ କାର୍ଡ ଧରି ଧାରଣା ଦେଇ ବସି ନିଜର ଦାବି ସହ ଛାତ୍ରୀ ଛାତ୍ର ମାନଙ୍କ ଦାବି ଉଠାଇଥିଲେ । ଏଠାରେ ସୂଚନା ଥାଉକି ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ଏହିପରି ଅନିର୍ଦ୍ଦିଷ୍ଟ କାଳ ଧାରଣା ଲାଗି ରହେ ତାହେଲେ ଆଗକୁ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଛାତ୍ରୀ ଛାତ୍ର ଙ୍କ ପାଠ ପଢାରେ ଅନେକ ବ୍ୟାଘାତ ସୃଷ୍ଟି ହେବ ବୋଲି ଆଶଙ୍କା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ