Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଞ୍ଜୁର ହୋଇଥିଲେ ମଧ୍ଯ ବୃଦ୍ଧଙ୍କୁ ମିଲୁ ନ ଥିଲା ବାର୍ଦ୍ଧକ୍ୟ ଭତ୍ତା ; ବ୍ଲକ ଉପାଧ୍ୟକ୍ଷ ଙ୍କ ହସ୍ତକ୍ଷେପ ପରେ ମିଳିଲା 8 ମାସର ଭତ୍ତା

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ଯୁବରାଜପୁର ଗ୍ରାମର କାର୍ତ୍ତିକ ପ୍ରଧାନ (୭୦) ଏକ ବର୍ଷ ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତା ଆବେଦନ କରିଥିଲେ। ଆଜି କୁ ପ୍ରାୟ ଆଠମାସ ପୂର୍ବରୁ ଭତ୍ତା ମଞ୍ଜୁର ହୋଇଥିଲେ ମଧ୍ୟ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉ ନ ଥିଲା। ବୃଦ୍ଧ ଜଣକ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ଙ୍କୁ ଜଣାଉ ଥିଲେ ସୁଦ୍ଧା ତାଙ୍କ ଭତ୍ତା ମଞ୍ଜୁର ହୋଇ ନାହିଁ କହି ଫେରାଇ ଦେଉଥିଲେ। ବୃଦ୍ଧ ଜଣକ
ମଙ୍ଗଳବାର ପୁଣି ବୀରମହାରାଜପୁର ବ୍ଳକ କାର୍ଯ୍ୟାଳୟ କୁ ଆସି ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କୁ ଭେଟିଥିଲେ। ଉପାଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କୁ ଡାକି କାହିଁକି ଭତ୍ତା ମଞ୍ଜୁର ହୋଇନାହିଁ ବୋଲି ପଚାରିଥିଲେ । ସମସ୍ତ କାଗଜପତ୍ର ତନଖି କଲାପରେ ତାଙ୍କ ଭର୍ତ୍ତା ପ୍ରାୟ ୮ ମାସ ପୂର୍ବରୁ ମଞ୍ଜୁରୀ ହୋଇଥିବା ଜଣା ପଡ଼ିଥିଲା। ତାଙ୍କୁ ତୁରନ୍ତ ଏକା ସାଙ୍ଗରେ ଆଠ ମାସରେ ଭତ୍ତା ପ୍ରଦାନ କରାଯାଇଥିଲା । ବୀରମହାରାଜପୁରର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ଲୁତୁରପଙ୍କ ସରପଞ୍ଚ ସୁର୍ଯ୍ୟ ନାରାୟଣ ନନ୍ଦଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏହା ସହିତ କିଛି ଅସହାୟ ବୃଦ୍ଧାଙ୍କୁ ଉପାଧ୍ୟକ୍ଷ ନାରାୟଣ ଲୁହା ଶାଢ଼ୀ ବଣ୍ଟନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ