ପାଖେଇ ଆସୁଛି ରଥଯାତ୍ରା; ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ


ପୁରୀ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ପୁରୀ ରଥଖଳାରେ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ତିନିରଥ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ତିନି ରଥର ସମସ୍ତ ଚକ ଓ ଅଖ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଅନ୍ୟପ‌ଟେ ତିନିରଥର ପ୍ରଥମ ଭୂଇଁ ଏବଂ ଦ୍ୱିତୀୟ ଭୂଇଁ ନିର୍ମାଣ ପାଇଁ ଚଉପଟ ଭୂଇଁ ଖମ୍ବ ଯୋଗାଇଛନ୍ତି ଭୋଇ ସେବକ । ଏହାସହିତ ରଥ ନିର୍ମାଣ ପାଇଁ ମାପ ଚିହ୍ନ ମଧ୍ୟ ଦେଇସାରିଛନ୍ତି ମହାରଣା ।

ଏପଟେ ଦେବୀରଥର ଚାରି ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥର ଚାରି ନାହାକାର ନିର୍ମାଣ କାମ ଜାରି ରହିଛି । ତିନିରଥର ରୂପକାର ସେବକମାନେ ତିନିରଥର ସାଲଗୁଜ ଏବଂ ତିନିଗୁଜ ଗୁଡିକର ରୂପ ଖୋଦାଇ ଶେଷ କରି ଶେଷ ଦୁଇଟି ତିଖ ଗୁଜରେ ନୃସିଂହ ରୂପ ଖୋଦେଇ କାମ ଜାରି ରଖିଛନ୍ତି । ଶୀତଳଷଷ୍ଠୀ ପରଦିନ ସମସ୍ତ ଚକ ସହ ଅଖଗୁଡିକୁ ଯୋଡା ଯିବାର ବିଧି ରହିଛି। ଆସନ୍ତା ଜୁନ୍‌ ୨୦ରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।