Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି ; ମା’ଙ୍କ ଜାତି ଆଧାରରେ ଝିଅକୁ ସାର୍ଟିଫିକେଟ୍ ଦେବାକୁ ଅନୁମତି

ନୂଆଦିଲ୍ଲୀ;୧୦|୧୨: ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ | ଜାତିଗତ ପ୍ରମାଣପତ୍ରକୁ ନେଇ ବଦଳିଲା ନିୟମ | ପାରମ୍ପରିକ ନିୟମକୁ ଚାଲେଞ୍ଜ କରି ନିଷ୍ପତି ନେଇଛି ସୁପ୍ରିମକୋର୍ଟ | ଏହିଭଳି ନିଷ୍ପତି ନିଆଯାଇଛି ପୁଡୁଚେରୀର ଜଣେ ନାବାଳିକାଙ୍କ ପ୍ରସଙ୍ଗରେ | ସେହି ନାବାଳିକାଙ୍କୁ ତାଙ୍କ ପିତାଙ୍କ ବଦଳରେ ତାଙ୍କ ମା’ଙ୍କ ଜାତି ଆଧାରରେ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ନିଷ୍ପତ୍ତିର ସୁଦୂରପ୍ରସାରୀ ପରିଣାମ ହେବ ବୋଲି ଆଶା କରାଯାଉଛି | ଏହିଭଳି ଏକ ମାମଲା ସୁପ୍ରିମ୍‌କୋର୍ଟ ରେ ବିଚାରାଧୀନ ଅଛି | ଯେଉଁଥିରେ ଶିଶୁର ଜାତି ପିତାଙ୍କ ଜାତି ଦ୍ୱାରା ସ୍ଥିର ହୋଇଥାଏ ବୋଲି ପାରମ୍ପରିକ ନିୟମକୁ ଚ୍ୟାଲେଞ୍ଜ କରାଯାଇଛି।

ସୂଚନା ମୁତାବକ, ଝିଅର ମା’ ‘ଆଦି ଦ୍ରାବିଡ଼’ ଜାତିର ହୋଇଥିବାବେଳେ ତାଙ୍କ ପିତା ଅନୁସୂଚିତ ଜାତିର ନୁହନ୍ତି। ଏହି ରିପୋର୍ଟ କହିବା ଅନୁଯାୟୀ, ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି। ବର୍ତ୍ତମାନ ସମୟରେ ମା’ଙ୍କ ଜାତି ଆଧାରରେ ଜାତିଗତ ପ୍ରମାଣପତ୍ର କାହିଁକି ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ତେବେ ଏହା ସ୍ପଷ୍ଟ କରିଛି ଯେ ବୃହତ୍ତର ‘ଆଇନଗତ ପ୍ରଶ୍ନ’ କରାଯାଇଛି।

ଏହି ନିଷ୍ପତିକୁ ନେଇ ଏକ ପ୍ରଶ୍ନ ଉଠିବାରେ ଲାଗିଛି ଯାହା ହେବା ମଧ୍ୟ ସ୍ୱାଭାବିକ |ଏହି ନିଷ୍ପତ୍ତି ଅନୁୟାଯୀ ଅନୁସୂଚିତ ଜାତି ମହିଳା ଓ ଉଚ୍ଚ ଜାତିର ପୁରୁଷଙ୍କଠାରୁ ଜନ୍ମ ହୋଇଥିବା ପିଲାମାନେ ଉଚ୍ଚ ଜାତି ପରିବାରର ସୁବିଧା ସହିତ ଲାଳନପାଳନ ହୋଇଥିଲେ ମଧ୍ୟ ଏସ୍‌ସି ସାର୍ଟିଫିକେଟ୍ ପାଇବାକୁ ଯୋଗ୍ୟ ହେବେ। ଏହି ନିର୍ଦ୍ଦିଷ୍ଟ ମାମଲାରେ, ପୁଡୁଚେରୀର ଅନୁସୂଚିତ ଜାତି ମହିଳା ତାଙ୍କ ଦୁଇ ଝିଅ ଓ ପୁଅଙ୍କ ପାଇଁ ନିଜ ଜାତି ଆଧାରରେ ଏସ୍‌ସି ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲେ | ଏହି ଆବେଦନରୁ ଜଣାପଡୁଛି ଯେ, ତାଙ୍କ ପିତାମାତା ଓ ଜେଜେବାପା ସମସ୍ତେ ଆଦି ଦ୍ରାବିଡ଼ ସମ୍ପ୍ରଦାୟର ଅଟନ୍ତି। ତାଙ୍କ ଆବେଦନରେ ଦର୍ଶାଯାଇଛି ଯେ ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କ ସହ ତାଙ୍କ ପିତାମାତାଙ୍କ ଘରେ ରହୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ