ଜିଲ୍ଲା ସ୍ତରୀୟ ପରବ ଖେଳ ପ୍ରତିଯୋଗିତାରେ ଖୋ ଖୋ ରେ ପୁକାଲି ହାଇସ୍କୁଲ ବାଳକ ବିଭାଗ ଉପ ବିଜେତା
ପଟ୍ଟାଙ୍ଗି୧୪/୧୨କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପୁକାଲି ନେଡାଲ୍ ହାଇସ୍କୁଲ ବାଳକ ବିଭାଗ ଜିଲ୍ଲା ସ୍ତରୀୟ ପରବ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉପ ବିଜେତା ଭାବେ ମନୋନୀତ ହୋଇ ଫେରିଥିବା ଛାତ୍ର ଦଳଙ୍କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦୀପଶିଖା ବେହେରା କୃତଜ୍ଞତା ଜଣାଇବା ସହ ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ ଏହା ତୁମ ମାନଙ୍କ ପାଇଁ ଏକ ପ୍ରେରଣା ଦେଇଛି । ସୂଚନା ମୁତାବକ ଶୁକ୍ରବାର ଜିଲ୍ଲା ସ୍ତରୀୟ ପରବ ନିମନ୍ତେ ସ୍ଥାନୀୟ ଖେଳ ପଡିଆରେ ୧୮ଟି ଦଳ କୁନେଇ ଖୋ ଖୋ ଖେଳ ପ୍ରତିଯୋଗିତା ହୋଇଥିଲା । ଯେଉଁ ଥିରେ କି କୋରାପୁଟ ମୁନ୍ୟୁସିପାଲଟି ହାଇସ୍କୁଲ ସହ ପଟ୍ଟାଙ୍ଗି ପୁକାଲି ନୋଡ଼ାଲ ହାଇସ୍କୁଲ ମଧ୍ୟରେ ମୁକାବିଲା ହୋଇଥିଲା । ଯେଉଁ ଥିରେ ପୁକାଲି ଉକ୍ତ ବିଦ୍ୟାଳୟ ଛାତ୍ର ଦଳ ବିଭାଗ ଉପ ବିଜେତା ଭାବେ ମନୋନୀତ ହୋଇ ପୁରସ୍କୃତ ହୋଇ ଟ୍ରଫି ନେଇ ବିଦ୍ୟାଳୟରେ ପହଞ୍ଚି ଥିଲେ । ଏହି ସମୟରେ ବିଦ୍ୟାଳୟରେ ଉପସ୍ଥିତ ଛାତ୍ରୀ ଛାତ୍ର ଜିଲ୍ଲା ସ୍ତରୀୟ ଖୋ ଖୋ ଖେଳରେ ବିଜୟ ହୋଇ ଫେରିଥିବା ଛାତ୍ର ଦଳକୁ ପାଛୋଟି ନେଇ ସ୍ୱାଗତ ଜଣାଇ ଥିଲେ । ସେପଟେ ବିଦ୍ୟାଳୟ ଏବଂ ଗ୍ରାମ ପାଇଁ ଗୌରବ ଆଣି ଥିବା ଛାତ୍ର ମାନଙ୍କୁ ଉପସ୍ଥିତ ଶିକ୍ଷୟିତ୍ରୀ ଶିକ୍ଷକ ଶୁଭେଚ୍ଛା ଜଣାଇ ଥିବା ସହ ବିଦ୍ୟାଳୟର ଖେଳ ଶିକ୍ଷକ ଅର୍ଜୁନ ଦାସ ଙ୍କୁ ମଧ୍ୟ ଫୁଲ ତୋଡା ଦେଇ ପାଛୋଟି ନେଇଥିଲେ । ଏଠାରେ ସୂଚନା ଥାଉକି ଉକ୍ତ ପୁକାଲି ନୋଡ଼ାଲ ହାଇସ୍କୁଲ ବ୍ଲକ୍ ସ୍ତରରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଗତ ଦିନ ମାନଙ୍କରେ କ୍ରିଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବ୍ଲକ୍ ଏବଂ ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ବେଳେ ବ୍ଲକ୍ ର ଅନ୍ୟ ବିଦ୍ୟାଳୟ ଛାତ୍ରୀ ଛାତ୍ର ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

