Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କ’ଣ ଏହି ସେଙ୍ଗୋଲ, ଯାହାକୁ ନୂତନ ସଂସଦ ଭବନରେ ରଖାଯିବ; ପଣ୍ଡିତ ନେହେରୁଙ୍କ ସହ ଜଡ଼ିତ ଇତିହାସ

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଉଦଘାଟନକୁ ନେଇ ରାଜନୈତିକ ବାଦ ବିବାଦ ଜାରି ରହିଛି। ବିରୋଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ଭବନର ଉଦଘାଟନ କରାଯିବାକୁ ଦାବି କରିଛନ୍ତି। ଏ ପର୍ଯ୍ୟନ୍ତ ୧୯ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା ହେଉଥିବା ଉଦଘାଟନକୁ ବିରୋଧ କରିଛନ୍ତି। ଏହା ମଧ୍ୟରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ, ମେ ୨୮ରେ ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏଥିସହ ନୂତନ ସଂସଦ ଭବନରେ ସେଙ୍ଗୋଲ ରଖାଯିବ।

ଅମିତ୍ ଶାହା କହିଛନ୍ତି, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସେଙ୍ଗୋଲକୁ ସ୍ଵୀକାର କରିଥିଲେ। ଏହାର ଆମ ଇତିହାସ ସହ ବଡ଼ ଯୋଗଦାନ ରହିଛି। ସେଙ୍ଗୋଲକୁ ନୂତନ ସଂସଦ ଭବନରେ ବାଚସ୍ପତିଙ୍କ ଚୌକି ନିକଟରେ ରଖାଯିବ। ଅମିତ୍ ଶାହା କହିଛନ୍ତି, ସେଙ୍ଗୋଲକୁ ସଂଗ୍ରହାଳୟରେ ରଖାଯିବା ଠିକ୍ ନୁହେଁ। ଇଂରେଜମାନଙ୍କଠୁ କ୍ଷମତା ହସ୍ତାନ୍ତରର ପ୍ରତୀକ ହେଉଛି ଏହି ସେଙ୍ଗୋଲ। ଏହା ଅମୃତକାଳର ପ୍ରତିବିମ୍ବ।

ସେଙ୍ଗୋଲର ଇତିହାସ
ଅମିତ୍ ଶାହା କହିଛନ୍ତି, ନୂତନ ସଂସଦ ଭବନର ଉଦଘାଟନ ଅବସରରେ ଏକ ଐତିହାସିକ ପରମ୍ପରା ପୁନର୍ଜୀବିତ ହେବ। ଏହା ପଛରେ ଯୁଗ ଯୁଗ ଧରି ଏକ ପରମ୍ପରା ଜଡ଼ିତ ରହିଛି। ଏହାକୁ ତାମିଲ ଭାଷାରେ ସେଙ୍ଗୋଲ କୁହାଯାଏ, ଯାହାର ଅର୍ଥ ସଂପଦରେ ସଂପନ୍ନ ଏବଂ ଐତିହାସିକ। ୧୯୪୭ ଅଗଷ୍ଟ ୧୪ ତାରିଖରେ ଏକ ବିରଳ ଘଟଣା ଘଟିଥିଲା। ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶର ଅଧିକାଂଶ ଜନତା ଏହି ବିଷୟରେ ଜାଣି ନାହାନ୍ତି। ସେଙ୍ଗୋଲ ଆମ ଇତିହାସରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସେଙ୍ଗୋଲ କ୍ଷମତା ହସ୍ତାନ୍ତରର ଏକ ପ୍ରତୀକ ସାଜିଥିଲା। ତେଣୁ ଏହାକୁ ସଂସଦର ନୂତନ ଭବନରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଅମିତ୍ ଶାହା କହିଛନ୍ତି।