ନାରାୟଣ ପାଟଣା ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି…୪୧ ଟି ଅଭିଯୋଗ ପହଁଚିଲା…. ଉଲ୍ଲେଖ ନିୟ ବ୍ୟକ୍ତି ବିଶେଷ ଙ୍କୁ କରାଗଲା ସମ୍ମାନିତ…
ଲକ୍ଷ୍ମୀପୁର ୧୫/୧୨ ନାରାୟଣ ପାଟଣା ବ୍ଲକ ପଞ୍ଚାୟତ ସମିତି ସଭା ଗୃହ ଠାରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ୪୧ ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ଭାବେ ୧୬ ଟି ଓ ଗୋଷ୍ଠୀଭିତିକ ଭାବେ ୨୫ ଟି ଅଭିଯୋଗ ପଂହଁଚି ଥିଲା। ସମସ୍ତ ଅଭିଯୋଗ ଗୁଡିକ କୁ ଜିଲ୍ଲାପାଳ ନିଜେ ଶୁଣିବା ସହ ସେଗୁଡିକ ସମସ୍ୟା ର ସକାଶେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ବ୍ଲକ ରେ ସୁଚାରୁ ରୁପେ କାର୍ଯ୍ୟ କରି ବ୍ଲକ ଉଲ୍ଲେଖନିୟ ସଫଳତା ଆଣିଥିବା ଅନେକ ବ୍ୟକ୍ତି ବିଶେଷ ଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ସେହିପରି ସାତଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ସ୍ୱାବଲମ୍ବୀ ହେବା ସକାଶେ ୫୦ ଲକ୍ଷ ଟଙ୍କା ର ଚେକ ଆକାରରେ ରୁଣ ପ୍ରଦାନ କରିଯାଇଥିଲା…କାର୍ଯ୍ୟକ୍ରମ ରେ କୋରାପୁଟ ଏସପି ରୋହିତ ବର୍ମା, ପ୍ରବେଶନାଲ ଆଇଏ ଏସ ସନ୍ତୋଷ ପାତ୍ର,ସିଡିଓ ବେଣୁଧର ଶବର, ସିଡିଏମଓ ଡାକ୍ତର ରବିନାରାୟଣ ମିଶ୍ର, ଡିଏଫଓ କେଭି ଭାସ୍କର ରାଓ , ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରିନାଥ,ବିଡ଼ିଓ ବିକ୍ରମ ଦୋରା, ତହସିଲଦାର ପ୍ରଭାତୀ ଝୋଡ଼ିଆ, ଏସଡିପିଓ ମନୋଜ ବେହେରା,ବ୍ଲକ ଉପାଧ୍ୟକ୍ଷା ରିନୁ ଦାଶ ଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ…କାର୍ଯ୍ୟକ୍ରମ କୁ ଜିପିଇଓ ଶ୍ରୀନିବାସ ନାଇଡ଼ୁ ପରିଚାଳନା କରିଥିଲେ।

