କେନ୍ଦୁଝରରେ ସରକାରୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ; ବନ୍ଧା ହେଲେ ପୁରୁଷ ବନ୍ଧୁ
କେନ୍ଦୁଝର,୧୮|୧୨: ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା | ଘଟଣାରେ ବନ୍ଧାହେଲେ ପୁରୁଷ ବନ୍ଧୁ । କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି | ପୁରୁଷ ବନ୍ଧୁଙ୍କ ଘରେ ମୃତ୍ୟୁ ହୋଇଥିବାର ସୂଚନା । ତେବେ ମୃତ୍ୟୁ ଘଟଣା ପରେ ଅଧ୍ୟାପିକାଙ୍କ ପରିବାର ଲୋକେ ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ରଙ୍କ ନାମରେ ସଙ୍ଗୀନ ହତ୍ୟା ଅଭିଯୋଗ ଆଣିଛନ୍ତି | ଏନେଇ ପରିବାର ଲୋକେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଲିଖିତ ଅଭିଯୋଗ ଆଧାରରେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ । ଆଜି ପୂରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଏକ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦାୟୀ କରି ଅଧ୍ୟାପିକାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ | ତେବେ ମୃତ ଅଧ୍ୟାପିକା ହେଉଛନ୍ତି ବାଲେଶ୍ବର ଜିଲ୍ଲାର ଅଧିବାସୀ।
ଘଟଣା ପରେ ପୁରୁଷ ବନ୍ଧୁ ଜଣଙ୍କ ଅଧ୍ୟାପିକାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ତାଙ୍କର ମୃତ୍ୟୁର ସୂଚନା ଦେଇଥିଲେ। ଅଧ୍ୟାପିକାଙ୍କ ମୃତଦେହକୁ ପୋଷ୍ଟମର୍ଟମ ରୁମ୍ ନିକଟରେ ଛାଡ଼ି ଦେଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ ପୁରୁଷ ବନ୍ଧୁଙ୍କୁ ଗୋଡ଼ାଇ ଧରିଛି ପୋଲିସ | ମୃତ ଅଧ୍ୟାପିକାଙ୍କ ବେକ ପାଖରେ କିଛି ଦାଗ ମିଲିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି । ତେବେ ପୋଲିସ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରଖିଛି |

