ଅମଲା ମାନଙ୍କ ଦାବି ପୂରଣ ନହେଲେ ଜୁନ ୧ରୁ ସାମୁହିକ ଛୁଟି


ତରଭା : ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତି କ୍ରମେ ସମଗ୍ର ଜିଲ୍ଲାରେ ମିଳିତ ଅମଳା ସଂଘର ଡାକରାରେ ଅମଲା ମାନେଦରମା ବୃଦ୍ଧି ଦାବିରେ ମଇ ୨୨ ତାରିଖରୁ କଳା ବ୍ୟାଜ ପରିଧାନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା ଚଳାଇଛନ୍ତି।ଯଦି ସରକାର ଆସନ୍ତା ୩୧ ତାରିଖ ସୁଦ୍ଧା ଅମଳାଙ୍କ ଦାବି ପୂରଣ ନକରନ୍ତି ତେବେ ଜୁନ ୧ ତାରିଖରୁ ସାମୁହିକ ଛୁଟି ନେବେ ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି।ବୁଧବାର ତରଭା ବ୍ଲକ କାର୍ଯ୍ୟାଳୟ ଉପର ମହଲାରେ ଓଡିଶା ଅମଳା ସଂଘର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ବନ୍ଧେ ସୂଚନା ଦିଆଯାଇଛି।ବୈଠକରେ ଚାଲିଥିବା କଳାକଳା ବ୍ୟଜ ପରିଧାନକୁ କଡାକଡି ଭାବେ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।କନିଷ୍ଠ ସହାୟକଙ୍କ ଦରମା ଲେଭେଲ ୪ ରୁ ୯କୁ ବୃଦ୍ଧି କରିବା ଦାବିରେ ଏହି ଆନ୍ଦୋଳନ ଚାଲିଛି। ଅଧକ୍ଷ ଦିଲ୍ଲୀପ ପାଣିଗ୍ରାହୀ, ଜିଲ୍ଲା ସଭାପତି ଜୟଦ୍ରଥ ଜଗଦଳା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶିବଦତ୍ତ ଦାସ,, ସଂଗଠନ ସମ୍ପାଦକ ସୁରୂପ ପୁଜାହାରୀଙ୍କ ସହ ତରଭା ବ୍ଲକ ରାଜସ୍ୱ ବିଭାଗରୁ ବୀରେନ୍ଦ୍ର କୁମାର ରଥ, ବିଜୟ ସାହୁ, ଶିବାନନ୍ଦ ବାଘ, ପ୍ରେମାନନ୍ଦ କୁଅଁର ଓ ରଞ୍ଜିତା ମେହେର, ପଞ୍ଚାୟତ ରାଜ ବିଭାଗରୁ ଜୟନ୍ତ ମାହାଣା, ଲକ୍ଷ୍ୟବ୍ରତ ନାଏକ,ଜିତେନ୍ଦ୍ର ସାହୁ ,ପ୍ରଶାନ୍ତ ସାହୁ, ତନୁଶ୍ରୀ ସାହୁଙ୍କ ସହ ବହୁ କର୍ମଚାରୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ I ତରଭା ବ୍ଲକ ବରିଷ୍ଟ କିରାଣୀ ସୁବ୍ରତ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।