Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଲିସ ଚଢାଉ ବେଳେ ପାଞ୍ଚ କିଲୋ ଗଞ୍ଜେଇ ଜବତ; ଦୁଇ ଜଣ ମହିଳା ଗିରଫ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନୀ ନିକଟରେ ପୁଲିସ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ଦୁଇ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଫୁଲବାଣୀର ମିଲ ଦିଗାଲ ଏବଂ ସବିତା ଦିଗାଲ ବୋଲି ଜଣାପଡିଛି l ସୂଚନା ଅନୁସାରେ ଉଲୁଣ୍ଡା ନିକଟସ୍ଥ ମେଟାକାନି ନିକଟରେ ଦୁଇଜଣ ମହିଳା ଏକ ବ୍ୟାଗ୍ ଧରି ବସ ଅପେକ୍ଷାରେ ରହିଥିଲେ l ସେହି ସମୟରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ହେବାରୁ ମହିଳାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ବ୍ୟାଗରେ ଗଂଜେଇ ଥିବା ଜଣାପଡିବା ପରେ ଉଭୟ ମହିଳାଙ୍କୁ ଗିରଫ କରିଥିଲେ l ଥାନାରେ ମଜିଷ୍ଟେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କଲାପରେ ୫କେଜି ଥିବା ଜଣାପଡିଥିଲା l ଏ ନେଇ ତାଙ୍କ ନାମରେ ଏକ ମାମଲା ରୁଜୁ କରି ପୁଲିସ ଆଜି ଉକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ