Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଲୁମିନିୟମ ପାଉଡର ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଣ୍ଢୋଲ ସାଲେସିଙ୍ଗ ବ୍ରିଜ୍ ନିକଟରେ ଏକ ଆଲୁମିନିୟମ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଉକ୍ତ ଦୁର୍ଘଟଣାରେ ଗାଡିଚାଳକ ଚନ୍ଦ୍ରଦେବ ସିଂ ଅଲ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଆଲୁମିନିୟମ ପାଉଡର ବୋଝେଇ ଟେଙ୍କର୍ ଗାଡିଟି ସମ୍ବଲପୁର ରୁ ବାହାରି ଭବାନିପାଟଣା ଅଭିମୁଖେ ଯାଉଥିବା ବେଳେ ସିଣ୍ଢୋଲ ର ସାଲେସିଙ୍ଗ ବ୍ରିଜ୍ ନିକଟସ୍ଥ ବୁଲାଣିରେ ଭାରସାମ୍ୟ ହରାଇ ଟ୍ରକ ଟି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡରେ ଓଲଟି ପଡିଥିଲା । ଉକ୍ତ ଦୁର୍ଘଟଣା ରେ ଗାଡିଚାଳକ ଚନ୍ଦ୍ରଦେବ ସିଂ ଅଲ୍ପକେ ବର୍ତ୍ତି ଯାଇଥିଲେ। ତେବେ ଆଜି ଦୁର୍ଘଟଣାଗ୍ରସ୍ତ ଗାଡିକୁ କ୍ରେନ୍ ମାଧ୍ଯମରେ ବାହାର କରାଯାଇଥିବା ଜଣାପଡିଛି । ଅନ୍ଯପଟେ ସମ୍ବଲପୁର-ସୋନପୁର ମୁଖ୍ୟ ରାସ୍ତାର ଉକ୍ତ ସ୍ଥାନଟି ଅଧିକ ବୁଲାଣିଆଁ ଥିବାରୁ ବାରମ୍ବାର ଏହି ସ୍ଥାନରେ ଯାନବାହାନର ଦୁର୍ଘଟଣା ଘଟୁଛି ଏବଂ ଅନେକ ଲୋକଙ୍କ ଧନ ଜିବନ ମଧ୍ଯ ନଷ୍ଟ ହେଉଛି। ତେବେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦ୍ରୁଷ୍ଟି ଦେଇ ଏହାର ସମାଧାନ ପାଇଁ ଲୋକେ ଦାବୀ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ