Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ,୧୬୦ଟି ପ୍ରକଳ୍ପ ପ୍ରଦର୍ଶିତ

ଲକ୍ଷ୍ମୀପୂର ୨୧. ୧୨
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦର ମହକୁମା ରେ ଥିବା ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ସସ୍ମିତା ବିଶ୍ୱାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବିଜ୍ଞାନ ମେଳା ରେ ବିଦ୍ୟାଳୟର ଶିକ୍ଷକ ଅଶୋକ ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।ଏହି ବିଜ୍ଞାନ ମେଳା ରେ ଚାରୋଟି ବିଭାଗରେ ୧୬୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସାଙ୍ଗନା ହାଇସ୍କୁଲର ଶିକ୍ଷକ ସୁକାନ୍ତ କୁମାର ଜାଦବ, ଶିକ୍ଷୟତ୍ରୀ ସୁନୀତା ସାହୁକାର ଓ ଜ୍ୟସ୍ନା ପଣ୍ଡା,ଧରଡା ହାଇସ୍କୁଲ ର ଲଳିତ ମହାନନ୍ଦ, ମିନା ପାଇ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସାଦ ହୋତା,ଗେଚେଲା ପ୍ରାଥମିକ ବିଦୟାଳୟର ଶିକ୍ଷକ ଲିଙ୍ଗରାଜ ମାଉଡି, ବିକ୍ରମପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଆଦିତ୍ୟ ପୁରୁଷେଠି,ସିଦ୍ଧେଶ୍ୱରୀ ପବ୍ଲିକ୍ ସ୍କୁଲ୍ ର ଶିକ୍ଷକ ମୋହନ ଗରଡା,ପ୍ରବୀଣ ମିଣିଆକା,ଶିକ୍ଷୟତ୍ରୀ ସୁସ୍ମିତା ଚକ୍ରବର୍ତ୍ତୀ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ମୁଲ୍ୟାଙ୍କନ କରିଥିଲେ।
ବିଭିନ୍ନ ପ୍ରକଳ୍ପ ରେ ହର୍ଷିତା ସାହୁ, ଭି . କ୍ରିସହ୍ନେସ, ଆଦ୍ୟଶ୍ଳୋକ ରାଉତ,ଦିବ୍ୟାଂଶୁ ଗୌଡ଼,ନିତ୍ୟାନ୍ସୀ ବରଡ଼,ଜେସଲିନ ବାଗ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦିବ୍ୟଜିତ ସାହୁ,ପ୍ରାଚୀ ରାଣୀ ସାହୁ,ଶ୍ରେୟାଂଶ ଜେନା,ଅଧିପ ଶତପଥି,ରାଜୀବ ମାଝୀ, ଲକଶୀତା ମାଝୀ,ପରିପୂର୍ଣ ହୋତା ଦ୍ୱିତୀୟ ସ୍ଥାନ ଓ ପିଇ. ଆୟୁଷ କୁମାର, ସାୱନ ହିଆଲ,ହିତାଂଶୀ ମହାରଣା,ରଣବୀର ସାହୁ, ଆୟୁଶ୍ରୀ ଜେନା, ଦିବ୍ୟାଂଶ୍ରୀ ରାଉତ,କୁସନ ମାଣ୍ଡିଙ୍ଗା ପ୍ରମୁଖ ବିଭିନ୍ନ ବର୍ଗ ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ…
ସମସ୍ତ ବିଜେତା ଏବଂ ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଉପରେ ବିଦ୍ୟାଳୟ ତରଫରୁ ଅଭିନନ୍ଦନ ଜଣାଜିବା ସହ ବାର୍ଷିକ ଉତ୍ସବରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଜୀବ ବୋଲି ବିଦ୍ୟାଳୟ ତରଫରୁ ସୂଚନା ମିଳିଛି।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ