ନେତାଜୀ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ପାଳିତ
ଲକ୍ଷ୍ମୀପୁର ୨୧/୧୨ .
ଲକ୍ଷ୍ମୀପୁର ବ୍ଲକ୍ ତୟାପୁଟ ନେତାଜୀ ହାଇସ୍କୁଲ ଠାରେ ୪୨ ତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ପାଳିତ ହୋଇଯାଇଛି।ଓଷ୍ଟାର ଜିଲ୍ଲା ସଭାପତି ସୁଶାନ୍ତ କୁମାର ଖୁଣ୍ଟିଆ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା,ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ଝୀନ୍ନ ହିକକା,ଓଷ୍ଟା ଜିଲ୍ଲା ସଂପାଦକ ଅଶୋକ କୁମାର ପଟନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ବୈଦ୍ୟ, ଓଷ୍ଟା ର ପୂର୍ବତନ ସଭାପତି ବଳ ଭଦ୍ର ନାୟକ,ଏବିଇଓ ବିଭୁତି ଭୂଷଣ ଟାକ୍ରୀ, ସାଙ୍ଗାନ୍ନା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମଞ୍ଚାସିନ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।ଜିଲ୍ଲାରେ ଥିବା ଅଧିକାଂଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏଥିରେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଦାମନଯୋଡ଼ି ସ୍ଥିତ ନାଲକୋ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିଜ୍ଞାନ ଶିକ୍ଷକ ରାଜୀବ କୁମାର ନାୟକ ଙ୍କ ଲିଖିତ ‘ମୋ ଗାଁ କଥା ଆଜି ବେଶି ମନେ ପଡେ’ ବହିର ଉନ୍ମୋଚନ କରାଯାଇଥିଲା।ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଭାକର ଗରଡ଼ା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

