ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଦ୍ଵାବିଂଶତମ ବାର୍ଷିକ କ୍ରୀଡା ସମାରୋହ
ଜମନକିରା : ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ କେନ୍ଦେଇଯୁରି ପଞ୍ଚାୟତ ସଦର ମହକୁମା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଦ୍ଵାବିଂଶତମ ବାର୍ଷିକ କ୍ରୀଡା ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ସଭାପତି ନିହାର ରଞ୍ଜନ ପଟେଲ ମଞ୍ଚାସୀନ ଥିବା ବେଳେ ଅଧ୍ୟକ୍ଷ ପଦ୍ମନାଭ ମହାକୁଳ ସଭାରେ ଅଧ୍ୟକ୍ଷତା କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ଦେବଗଡ଼ ଜିଲ୍ଲା ତିଲେଇବଣି ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଚନ୍ଦନ କୁମାର ସିଂ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ଅଶୋକ କୁମାର ସାହୁ, ଭକ୍ତବନ୍ଧୁ ସାହୁ, ବିନୋଦ ସାହୁ, ହୃଦାନନ୍ଦ ପ୍ରଧାନ, ଧିରେନ କୁମାର ସାହୁ, ପ୍ରଫୁଲ୍ଲ କୁମାର ମହାକୁଳ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। କୃତୀ ପ୍ରତିଯୋଗୀ ଖେଳାଳିମାନଙ୍କୁ ଅତିଥିଗଣ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।ଖେଳାଳିମାନଙ୍କ ମଧ୍ୟରେ ଅଙ୍କିତ ବାଘ, ଶ୍ରୀୟା ପ୍ରଧାନ, ଯତୀନ ସାଗର ମହାନନ୍ଦ, ଦଶମୀ ଛତ୍ରିଆ, ଛବିଳ କିସାନ, ଗୀତାଞ୍ଜଳି ମାଝୀ ଚାମ୍ପିୟନ ହୋଇଥିଲେ।ବିଦ୍ୟାଳୟର ଶାରୀରିକ ପ୍ରମୁଖ ସଚିନ କୁମାର ଲୁହା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

