Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଜାତାଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ, ରାଜନୀତିରେ ହଇଚଇ..

ଭୁବନେଶ୍ବର: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ଏବେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ଶ୍ରୀମୟୀ।

ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ସୋସିଆଲ ମିଡିଆରେ ଟାର୍ଗେଟ୍‌ କଲେ ଶ୍ରୀମୟୀ ମିଶ୍ର।ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ପରୋକ୍ଷରେ ଟାର୍ଗେଟ୍‌ କରିଛନ୍ତି ଶ୍ରୀମୟୀ। ମୁଖିଆଙ୍କୁ ମନାଇବାକୁ ଆରମ୍ଭ ହେଲାଣି ପ୍ରାୟୋଜିତ କାର୍ଯ୍ୟକ୍ରମ। ସେ କବିତା ମାଧ୍ୟମରେ ଲେଖିଛନ୍ତି, ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ’। କିଛି ମହିଳା ନେତ୍ରୀଙ୍କୁ ନେଇ ସ୍ନେହାଙ୍ଗିନୀ ନବୀନ ନିବାସ ଯିବା ନେଇ ଚର୍ଚ୍ଚା ପରେ ଶ୍ରୀମୟୀ ସୋସିଆଲ ମିଡିଆରେ ଟାର୍ଗେଟ୍‌ କରି ଏଭଳି କହିଛନ୍ତି।

ତେବେ ଲବି ନେଇ ଶ୍ରୀମୟୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ଏପଟେ ଆଜି ଶଙ୍ଖ ଭବନରେ ମହିଳା ଶାଖାର ବୈଠକ ଥିଲା ବୋଲି କହିଥିଲେ ସ୍ନେହାଙ୍ଗିନୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ