ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ବରଗଡ଼: ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜିଠୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ଯାତ୍ରା। ଚଳିତଥର ୭୮ ବର୍ଷରେ ପଦାର୍ପଣ କରିବ ବରଗଡ଼ ଧନୁଯାତ୍ରା। ଯାହାକୁ ନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇ ଉଠିଛି।
ସୂଚନା ଅନୁଯାୟୀ, ବରଗଡ଼ ପାଲଟିବ ମଥୁରା ଓ ଅମ୍ବାପାଲ୍ଲୀ ପାଲଟିବ ଗୋପପୁର । ମଝିରେ ଥିବା ଜିରା ନଦୀରେ ଚାଲିବ ଯମୁନାର ରାସ । ଆଜି ଅପରାହ୍ଣ ୨ଟାରୁ ବାହାରିବ ସାଂସ୍କୃତିକ ଶୋଭାଯାତ୍ରା । ସଂଧ୍ଯା ୭ଟାରେ ହାଟପଦା ସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ସେହିପରି ବରଗଡ଼ର ପ୍ରାୟ ସାତ କିଲୋମିଟର ପରିଧି ମଧ୍ୟରେ ୧୪ ଟି ମଂଚରେ ଏହି ଧନୁଯାତ୍ରା ମହୋତ୍ସବ ପାଳିତ ହେବ ।
ତେବେ କଂସ ଦରବାର, ରଂଗମହଲ ଓ ନନ୍ଦ ଦରବାରରେ ପ୍ରତିଦିନ ଧନୁଯାତ୍ରା ର ଦୃଶ୍ୟଗୁଡ଼ିକ ଅଭିନୀତ ହୋଇଥାଏ । ତେବେ ଧନୁଯାତ୍ରାରେ ଭିଡ଼କୁ ନଜରରେ ରଖି ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।

