ଚାନ୍ଦା ଆଦାୟରେ ଆଗୁଆ ଟ୍ରମ୍ପ; ଜାଣନ୍ତୁ କେତେ…
ନୂଆଦିଲ୍ଲୀ: ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ଟ୍ରମ୍ପ ପ୍ରାୟ ୧୮,୦୦୦ କୋଟି ଦାନ ପାଇଥିଲେ। ଦାତାଙ୍କ ତାଲିକାରେ ୩୪୬ ଜଣ ବ୍ୟକ୍ତି ସାମିଲ ଥିଲେ ଯେଉଁମାନେ ୨୨୫ ନିୟୁତ (ପ୍ରାୟ $୨୫ ନିୟୁତ) କିମ୍ବା ତା’ଠାରୁ ଅଧିକ ଦାନ କରିଥିଲେ।
ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରୁ ଜଣାପଡିଛି ଯେ ଟ୍ରମ୍ପଙ୍କୁ ଦାନ କରିଥିବା ଲୋକଙ୍କ ମଧ୍ୟରେ କିଛି ଭାରତୀୟ ବଂଶୋଦ୍ଭବ ସିଇଓ ମଧ୍ୟ ଥିଲେ। ଦାବି କରାଯାଇଛି ଯେ ଦାନ ବଦଳରେ, କିଛି ବ୍ୟକ୍ତିଙ୍କ ବିରୁଦ୍ଧରେ ଚାଲିଥିବା ମାମଲା ଖାରଜ କରାଯାଇଥିଲା ଏବଂ କିଛି ଦାତାଙ୍କୁ ଟ୍ରମ୍ପ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀ ମଧ୍ୟ ପ୍ରଦାନ କରିଥିଲେ। ଟଙ୍କା ପାଇଁ କିମ୍ବା ତାଙ୍କ ନିଜସ୍ୱ ଲାଭ ପାଇଁ ଟ୍ରମ୍ପ ଅନେକ ଥର ଆମେରିକାର ବୈଦେଶିକ ନୀତିକୁ ପରିବର୍ତ୍ତନ କରିଛନ୍ତି। ସେ ବର୍ଷ ବର୍ଷ ଧରି ଆମେରିକା ଯେଉଁ ଆତଙ୍କବାଦୀମାନଙ୍କ ସହିତ ଲଢ଼ିଥିଲା ସେମାନଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ। ଦାନ ବଦଳରେ ସୁବିଧା ପ୍ରଦାନ କରିବା ଟ୍ରମ୍ପଙ୍କ ପାଇଁ କୌଣସି ବଡ଼ କଥା ନୁହେଁ, ଦାନ ସଂଗ୍ରହ ପାଇଁ ବ୍ୟବହୃତ ପଦ୍ଧତି ବିଷୟରେ ପ୍ରଶ୍ନ ଉଠୁଛି।
ଟ୍ରମ୍ପ କିମ୍ବା ତାଙ୍କ ରିପବ୍ଲିକାନ୍ ପାର୍ଟି ସିଧାସଳଖ କୌଣସି ଦାତାଙ୍କଠାରୁ ଦାନ ପାଇନାହାଁନ୍ତି। ଏହି ଦାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଟ୍ରମ୍ପଙ୍କ ତଥାକଥିତ ଜାତୀୟତାବାଦୀ ପ୍ରକଳ୍ପ, “ମେକ୍ ଆମେରିକା ଗ୍ରେଟ୍ ଅଗେନ୍”କୁ ଦିଆଯାଇଥିଲା। ଏହି ପ୍ରକଳ୍ପକୁ ପ୍ରାୟ ୨୨୪୨ କୋଟି ଦାନ ମିଳିଛି। ସେହିପରି ଟ୍ରମ୍ପ ଆମେରିକୀୟ ସ୍ୱାଧୀନତାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଆଉ ଏକ NGO ଆରମ୍ଭ କରିଥିଲେ। ଏହି ପ୍ରକଳ୍ପର ନାମ AMERICA 250।

