ମା ମଙ୍ଗଳା ତାରିଣୀ ଘରୋଇ ମୋଟର ଚାଳକ ସଙ୍ଘ କାର୍ଯ୍ୟାଳୟ ଉଦଘାଟିତ…
ଲକ୍ଷ୍ମୀପୁର ୨୩/୧୨…. ଲକ୍ଷ୍ମୀପୁର ରେଳବାଇ ଛକ ରେ ମା ମଙ୍ଗଳା ତାରିଣୀ ଘରୋଇ ମୋଟର ଚାଳକ ସଙ୍ଘ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ସଙ୍ଘ ଉପଦେଷ୍ଟା ସୁଧୀର କୁମାର ଗରଡ଼ା ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି, ,ଲେମ୍ପସ ନିର୍ଦେଶକ ରାଧେଶ୍ୟାମ ଯାନୀ,ସାମ୍ବାଦିକ ପରମେଶ୍ୱର ସାହୁ,ପ୍ରମୋଦ କୁମାର ଜେନା ଉପସ୍ଥିତ ରହି ପୂଜାର୍ଚନା କରିବା ପରେ କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା।ବିଶେଷ କରି ବର୍ତମାନ ଆମ୍ବଗୁଡା ରାସ୍ତା ଦେଇ ଶହ ଶହ ହାଇବା ଗାଡି ସମେତ କଂସାରୀଗୁଡା କାରଖାନା କୁ ଅନେକ ୧୮ ଚକିଆ ସମେତ ବଡ଼ ବଡ଼ ଟ୍ରଲର ଯିବା ଆସିବା କରୁଥିବା ବେଳେ ଡ୍ରାଇଭର ମାନଙ୍କ ର ଅନେକ ଅସୁବିଧା ହୋଇଥାଏ, ଏହି ଅସୁବିଧା କୁ ଦୂର କରିବା ଶହ ଅନେକ ସାମାଜିକ କାର୍ଯ୍ୟକୁ ଆଖି ଆଗରେ ରଖି ମୋଟର ଚାଳକ ସଙ୍ଘ ଗଠନ କରାଯାଇଥିବା କୁହାଯାଇଥିଲା। ନିମନ୍ତ୍ରିତ ଅତିଥି ମାନେ କହିଥିଲେ କି ସମସ୍ତ ସଦସ୍ୟ ମାନେ ସମୟ ବାହାର କରି ସଙ୍ଘ କୁ ଆଗକୁ ନେବାକୁ ପ୍ରୟାସ ଜାରି କରିବା ସହ ସମସ୍ତ କାଗଜ ପତ୍ର ଠିକ ରଖିକି ଭାଇ ଚାରା ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବା ସକାଶେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମ ରେ ମୋଟର ଚାଳକ ସଙ୍ଘ ସଭାପତି ଶିବାରାଜ ତୁରୁକ,ସମ୍ପାଦକ ପାମ୍ପଲେସ ଖୋସଲା, ସହ ସମ୍ପାଦକ ରାଜୁ ଦୋରା ଙ୍କ ସମେତ ଅନେକ ସଦସ୍ୟ ଯୋଗଦେଇଥିଲେ।ଏଥି ପୂର୍ବରୁ ଏହି ସଙ୍ଘ ରେଜି ଷ୍ଟ୍ରେସନ ହୋଇଥିଲେ ମଧ୍ୟ ବନ୍ଦ ହୋଇଯାଇଥିଲା, ବର୍ତ୍ତମାନ ତାହାକୁ ପୁଣି କାର୍ଯ୍ୟକାରୀ କରାଯାଇଛି।ଡ୍ରାଇଭର ମହାସଂଘ ର ଅନେକ ଡ୍ରାଇଭର ମାନେ ମଧ୍ୟ ଯୋଗଦେଇ ଥିଲେ।

