Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ବର୍ଷ ତଳେ ୧୦ ଲକ୍ଷ ବ୍ୟୟରେ ଆରମ୍ଭ ହୋଇଥିବା ରଙ୍ଗିପୁର ପଞ୍ଚାୟତ ର ଦୋକାନ ଗୃହ ଅଧାପନ୍ତରିଆ ଅବସ୍ଥାରେ।

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ରଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ ରାଳବ ମୌଜା ତଥା ବାଲଜି ବିଦ୍ୟାପୀଠ ନାମରେ ରହିଥିବା ଜମିରେ ପଞ୍ଚାୟତ ପକ୍ଷରୁ ୪ର୍ଥି ରାଜ୍ୟ ଅର୍ଥ କମିଶନ ବ୍ୟୟରେ ଗତ ୨୦୨୧ ଆରମ୍ଭ କରାଯାଇଥିବା ୦୭ ଟି ଦୋକାନ ଗୃହ କାମ ଦୀର୍ଘ ମାସ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି। ଅନ୍ୟ ପଟେ ଦୋକାନ ଗୃହ ନିର୍ମାଣ ବେଆଇନ ଦର୍ଶାଇ ବିଜେପି ପକ୍ଷରୁ ମଧ୍ୟ ଏହାର ବିରୋଧ କରାଯିବା ସହ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ଜଣାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଜୋରଜବରଦସ୍ତ ଦୋକାନ ଗୃହ ନିର୍ମାଣ ବିବାଦ ମଧ୍ୟକୁ ଚାଲି ଆସିଥିବା ଜଣାପଡିଛି। ପଞ୍ଚାୟତ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୪ ର୍ଥ ରାଜ୍ୟ ଅର୍ଥ କମିଶନ ଙ୍କ ଦ୍ଵାରା ପ୍ରଦତ୍ତ ୧୦ ଲକ୍ଷ ଟଙ୍କା ଅନୁଦାନ ରାଶି ବିନିଯୋଗ ରେ ବାଲଜି ବିଦ୍ୟାପୀଠ ନାମରେ ଥିବା ଜମି ଏବଂ ବାଲଜି ବିଦ୍ୟାପୀଠ ଖେଳ ପଡିଆ ସମ୍ମୁଖ ସ୍ଥାନରେ ପଞ୍ଚାୟତ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୋକାନ ଗୃହ ନିର୍ମାଣ ସ୍ଥଳରେ ଲାଗିଥିବା ଫଳକ ର ସୂଚନା ଆଧାରରେ ୦୬/୦୭/୨୧ ରେ ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା।ସେହି ସମୟରେ ଫଳକରେ କାର୍ଯ୍ୟ ଶେଷ ତାରିଖ ଲେଖା ଯାଇନଥିବା ବେଳେ ଆଜି ଯାଏଁ ଦୀର୍ଘ ୧୯ ମାସ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି। ଯାହାଫଳରେ ସନ୍ଧ୍ୟା ନଇଁଲେ ଉକ୍ତ ସ୍ଥାନରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମିବା ସହ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଘଟଣା ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ସେ ଗତ କିଛି ମାସ ହେଲା ଏଠାରେ ଦାୟିତ୍ଵ ରେ ଯୋଗଦାନ କରିଥିବା ବେଳେ ପାଣ୍ଠି ସରିଯାଇଥିବାରୁ ଦୋକାନ ଗୃହ ନିର୍ମାଣ କାମ ଆଗେଇ ପାରୁନଥିବା ପ୍ରକାଶ କରିଥିଲେ। ଏଣୁ ଯାହା ହେଲେ ମଧ୍ୟ ସରକାରଙ୍କ ୧୦ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କାମ ଅଧାପନ୍ତରିଆ ଭାବେ ପଡି ରହିବା ସରକାର କା ମାଲ ଦରିଆ ସେ ଡାଲି ସଦୃଶ ପ୍ରତିତ ହେଉଥିବା ସାଧାରଣ ରେ ଆଲୋଚନା ହେଉଛି। ଏଣୁ ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories